ବୈକୁଣ୍ଠଧାମରେ ବୁଲିଲା ବୁଲଡୋଜର ; ସନ୍ଧ୍ୟା ସୁଦ୍ଧା ମାଟିରେ ମିଶିବ ଆଶ୍ରମ

ଅନେକ ଦିନର ଅପେକ୍ଷା ପରେ ଆଜି ଖଣ୍ଡଗିରି ସ୍ଥିତ ବୈକୁଣ୍ଠଧାମ ଆଶ୍ରମ ଉପରେ ବୁଲିଲା ବୁଲଡୋଜର  । ଗତକାଲି ଏନେଇ ବିଡିଏ ପକ୍ଷରୁ ଘୋଷଣା ହୋଇଥିଲା।

baikuntha dham ashram

baikuntha dham ashram Photograph: (KankaNews)

କନକ ବ୍ୟୁରୋ:  ଅନେକ ଦିନର ଅପେକ୍ଷା ପରେ ଆଜି ଖଣ୍ଡଗିରି ସ୍ଥିତ ବୈକୁଣ୍ଠଧାମ ଆଶ୍ରମ ଉପରେ ବୁଲିଲା ବୁଲଡୋଜର  । ଗତକାଲି ଏନେଇ ବିଡିଏ ପକ୍ଷରୁ ଘୋଷଣା ହୋଇଥିଲା। ଆଜି ଦିନ ୧୨ ଟା ସୁଦ୍ଧା ଆଶ୍ରମରୁ ସବୁ ଜିନିଷପତ୍ର ଖାଲି କରିବାକୁ ମଧ୍ୟ ଘୋଷଣା କରିଥିଲା ବିଡିଏ  । ଆଜି ସୁରକ୍ଷା କର୍ମୀଙ୍କ ସହ ଠିକଣା ସ୍ଥାନରେ ପହଞ୍ଚିଥିଲା ବିଡିଏ ଟିମ୍। 

ଆଜି ଆଶ୍ରମ କୋଠାକୁ ଭାଙ୍ଗିବା ଆରମ୍ଭ କରିଛି ବୁଲଡୋଜର । ତେବେ ଆଜି ସନ୍ଧ୍ୟା ସୁଦ୍ଧା ଉଚ୍ଛେଦ କାମ ଶେଷ କରିବା ଚେଷ୍ଟା କରାଯିବ । ଯଦି କିଛି ବାକି ରୁହେ ତେବେ ଆସନ୍ତା କାଲି ଏହାକୁ ପୂରଣ କରାଯିବ। ଏହାପରେ ୧୦୪ ଡିସିମିଲ ଜମି ଉପରେ ପାଚେରୀ ନିର୍ମାଣ କରାଯାଇ ସରକାରୀ ସମ୍ପତ୍ତିର ସୁରକ୍ଷା କରାଯିବ ବୋଲି କହିଛନ୍ତି ବିଡିଏ ଅଧିକାରୀ। ତେବେ ଆଶ୍ରମ ପରିସରରେ ଉଚ୍ଛେଦ ସମୟରେ ଯେପରି କୌଣସି ଅପ୍ରତିକର ସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ଆଶ୍ରମ ପରିସରରେ ବ୍ୟାପକ ପୁଲିସ ଛାଉଣୀ ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe