ଖାମେନେଇଙ୍କ ପୁଅ ନୂଆ ସୁପ୍ରିମ୍ ଲିଡର: ମୁଜତାବା ଖାମେନେଇ ହେବେ ଇରାନର ସର୍ବୋଚ୍ଚ ନେତା

Advertisment

ଇରାନରେ ବଡ଼ ରାଜନୈତିକ ପରିବର୍ତ୍ତନ। ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ନିହତ ହେବା ପରେ ଦେଶର ନୂଆ ସୁପ୍ରିମ୍ ଲିଡର ଭାବେ ତାଙ୍କ ପୁଅ ମୁଜତାବା ଖାମେନେଇଙ୍କ ନାମ ଘୋଷଣା କରାଯାଇଛି । ମୁଜ୍‌ତାବା କହିଲେ ପ୍ରିୟଜନଙ୍କ ମୃତ୍ୟୁର ନିଆଯିବ ପ୍ରତିଶୋଧ ।

ଇରାନରେ ବଡ଼ ରାଜନୈତିକ ପରିବର୍ତ୍ତନ। ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ନିହତ ହେବା ପରେ ଦେଶର ନୂଆ ସୁପ୍ରିମ୍ ଲିଡର ଭାବେ ତାଙ୍କ ପୁଅ ମୁଜତାବା ଖାମେନେଇଙ୍କ ନାମ ଘୋଷଣା କରାଯାଇଛି । ମୁଜ୍‌ତାବା କହିଲେ ପ୍ରିୟଜନଙ୍କ ମୃତ୍ୟୁର ନିଆଯିବ ପ୍ରତିଶୋଧ ।

21

Photograph: (kanak news)

କନକ ବ୍ୟୁରୋ : ଇରାନରେ ବଡ଼ ରାଜନୈତିକ ପରିବର୍ତ୍ତନ। ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ନିହତ ହେବା ପରେ ଦେଶର ନୂଆ ସୁପ୍ରିମ୍ ଲିଡର ଭାବେ ତାଙ୍କ ପୁଅ ମୁଜତାବା ଖାମେନେଇଙ୍କ ନାମ ଘୋଷଣା କରାଯାଇଛି । ମୁଜ୍‌ତାବା କହିଲେ ପ୍ରିୟଜନଙ୍କ ମୃତ୍ୟୁର ନିଆଯିବ ପ୍ରତିଶୋଧ । ଏହି ଆକ୍ରମଣ ଜାରି ରହିବ ।ସରକାରୀ ସୂତ୍ର ଅନୁସାରେ, ଦେଶର ସ୍ଥିରତା ଓ ଧାର୍ମିକ-ରାଜନୈତିକ ପରମ୍ପରାକୁ ଜାରି ରଖିବା ପାଇଁ ଏହି ସିଦ୍ଧାନ୍ତ ଗ୍ରହଣ କରାଯାଇଛି । 

ଖାମେନେଇଙ୍କ ମୃତ୍ୟୁ ପରେ ଇରାନରେ ନେତୃତ୍ୱ ସଙ୍କଟ ନେଇ ଚର୍ଚ୍ଚା ଚାଲିଥିଲା । ଏହି ପରିସ୍ଥିତିରେ ମୁଜତାବାଙ୍କୁ ସର୍ବୋଚ୍ଚ ପଦବୀରେ ବସାଇବା ଦ୍ୱାରା ଦେଶର ନୀତି ଓ ପ୍ରଶାସନରେ ଅବିଚ୍ଛିନ୍ନତା ରହିବ ବୋଲି ସରକାର ଦାବି କରିଛି ।ନୂଆ ସୁପ୍ରିମ୍ ଲିଡର ଭାବେ ମୁଜତାବା ଖାମେନେଇ ଦେଶର ସେନା, ନ୍ୟାୟପାଳିକା ଓ ରାଜନୈତିକ ବ୍ୟବସ୍ଥାର ସର୍ବୋଚ୍ଚ ଅଧିକାର ଧାରଣ କରିବେ। ମଧ୍ୟ ପ୍ରାଚ୍ୟରେ ଚାଲୁଥିବା  ଯୁଦ୍ଧ ମଧ୍ୟରେ ଏହି ଘୋଷଣାକୁ ଆନ୍ତର୍ଜାତୀୟ ମଞ୍ଚ ଗୁରୁତ୍ୱ ସହିତ ନଜର ରଖିଛି ।

ଆହୁରି ପଢ଼ନ୍ତୁ:ଦୁବାଇରେ ଆତଙ୍କ: ବୁର୍ଜ୍ ଖଲିଫା ନିକଟରେ ଡ୍ରୋନ ଆକ୍ରମଣ, ଫସିଛନ୍ତି ଭାରତୀୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe