କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ୍ ଖାରପଲ୍ଲି ଗାଁରେ ଗୁଣି ଗାରେଡ଼ି ପାଇଁ ଟ୍ରିପଲ୍ ମର୍ଡର ଘଟଣାରେ ଗାଁରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ଆରମ୍ଭ କରିଛି ପ୍ରଶାସନ । ଏଥିପାଇଁ ଏକ ଶାନ୍ତି କମିଟି ଗଠନ କରି ଗାଁ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରାଯାଉଥିବା କହିଛନ୍ତି ଏସ୍ପି ।
ବର୍ବରତାର ସବୁ ସୀମା ଟପିଯାଇଥିଲା ଧରାକୋଟ ବ୍ଲକ ଖାରିପଲ୍ଲି ଗାଁ । ଗୁଣି ଗାରେଡ଼ିକୁ କେନ୍ଦ୍ର କରି ୨ ଗୋଷ୍ଠୀ ସଂଘର୍ଷରେ ଜୀବନ ହରାଇଥିଲେ ୩ ଜଣ । ଖଦାଳ ବେହେରା, ତାଙ୍କ ପୁଅ ରତ୍ନାକର ବେହେରା ଓ ରମେଶ ବେହେରାଙ୍କ ମୃତ୍ୟୁ ହୋଇଥିଲା । ସେହି ଘଟଣାରେ ୧୮ ଜଣଙ୍କୁ ଗିରଫ କରି ଜେଲ୍ ପଠାଇଦେଇଛି ପୁଲିସ୍ । ସେବେଠୁ ପୁରୁଷ ଶୂନ୍ୟ ପୂରା ଗାଁ ।
ଭୟରେ ଗାଁକୁ ଫେରିପାରୁନାହାନ୍ତି ହତ୍ୟାର ଶିକାର ଖଦାଳ ବେହେରାଙ୍କ ପରିବାର ଓ ସମ୍ପର୍କୀୟ । ନିଜ ଘରକୁ ଫେରିବା ପାଇଁ ଗଞ୍ଜାମ ଏସ୍ପିଙ୍କ ସମେତ ଜିଲ୍ଲାପାଳଙ୍କୁ ଲିଖିତ ଅନୁରୋଧ କରିଛନ୍ତି । ଗତ ୧୨ରେ ଧରାକୋଟ ତହସିଲରେ ଗାଁ ଲୋକ ଓ ମୃତକଙ୍କ ଅନ୍ୟ ପୁଅଙ୍କୁ ଡାକି ଶାନ୍ତି କମିଟି ଗଠନ ପାଇଁ ପ୍ରୟାସ କରୁଛି ପ୍ରଶାସନ । ଖୁବଶୀଘ୍ର ସମାଧାନ ହୋଇଯିବ ବୋଲି କହିଛନ୍ତି ଗଞ୍ଜାମ ଏସ୍ପି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/09/18/triple-murder-2025-09-18-18-28-38.jpg)