ଭୁବନେଶ୍ବର ଡିଜିପି ସମ୍ମିଳନୀ ପୂର୍ବରୁ ଗର୍ଜିଲା ଖଲିସ୍ତାନୀ ଆତଙ୍କୀ ପନ୍ନୁ : ଜାରି କଲା ଭିଡିଓ , ଭୟରେ ସାଧାରଣ ଉଦବେଗ

Advertisment

ଡିଜିପି ସମ୍ମିଳନୀ ପାଇଁ କଡା ସୁରକ୍ଷା ବଳୟରେ ରହିଛି ପୂରା ଭୁବନେଶ୍ବର। କିନ୍ତୁ ସମ୍ମିଳନୀ ପୂର୍ବରୁ ଖଲିସ୍ତାନୀ ଆତଙ୍କୀ ପନ୍ନୁର ଧମକପୂର୍ଣ୍ଣ ଭିଡ଼ିଓ ଚହଳ ସୃଷ୍ଟି କରିଛି। ଅପେକ୍ଷାକୃତ ଭାବେ ଶାନ୍ତ ରାଜ୍ୟ ଓଡିଶାରେ ଆତଙ୍କ ସୃଷ୍ଟି କରିବାକୁ ଅପଚେଷ୍ଟା କରିଛି। ଆଉ ପନ୍ନୁର ଏହି ଭିଡିଓ ପରେ ସତର୍କ ହୋଇଛି ସୁରକ୍ଷା ବାହିନୀ। ଡିଜିପି ସମ୍ମିଳନୀ ନୁହେଁ ଡିଜିପି ଟେରର ସମ୍ମିଳନୀ। ଆତଙ୍କବାଦୀ ପନ୍ନୁର ନଜର ଏବେ ଓଡ଼ିଶା ଉପରେ। ଖଲିସ୍ତାନୀ ଆତଙ୍କବାଦୀର ଭିଡ଼ିଓକୁ ନେଇ ଏବେ ରାଜଧାନୀରେ ଆତଙ୍କ। ଏହି ଆତଙ୍କବାଦୀର ଧମକକୁ ନେଇ ସାରା ଦେଶର ଛାତି ଧଡଧଡ। କାରଣ ଆସନ୍ତାକାଲି ଭୁବନେଶ୍ବରରେ ହେବାକୁ ଯାଉଛି ଡିଜିପି ସମ୍ମିଳନୀ।

atanki

କନକବ୍ୟୁରୋ : ଡିଜିପି ସମ୍ମିଳନୀ ପାଇଁ କଡା ସୁରକ୍ଷା ବଳୟରେ ରହିଛି ପୂରା ଭୁବନେଶ୍ବର । କିନ୍ତୁ ସମ୍ମିଳନୀ ପୂର୍ବରୁ ଖଲିସ୍ତାନୀ ଆତଙ୍କୀ ପନ୍ନୁର ଧମକପୂର୍ଣ୍ଣ ଭିଡ଼ିଓ ଚହଳ ସୃଷ୍ଟି କରିଛି । ଅପେକ୍ଷାକୃତ ଭାବେ ଶାନ୍ତ ରାଜ୍ୟ ଓଡିଶାରେ ଆତଙ୍କ ସୃଷ୍ଟି କରିବାକୁ ଅପଚେଷ୍ଟା କରିଛି ।  ଆଉ ପନ୍ନୁର ଏହି ଭିଡିଓ ପରେ ସତର୍କ ହୋଇଛି ସୁରକ୍ଷା ବାହିନୀ ।  

ଡିଜିପି ସମ୍ମିଳନୀ ନୁହେଁ ଡିଜିପି ଟେରର ସମ୍ମିଳନୀ । ଆତଙ୍କବାଦୀ ପନ୍ନୁର ନଜର ଏବେ ଓଡ଼ିଶା ଉପରେ।  ଖଲିସ୍ତାନୀ ଆତଙ୍କବାଦୀର ଭିଡ଼ିଓକୁ ନେଇ ଏବେ ରାଜଧାନୀରେ ଆତଙ୍କ । ଏହି ଆତଙ୍କବାଦୀର ଧମକକୁ ନେଇ ସାରା ଦେଶର ଛାତି ଧଡଧଡ। କାରଣ ଆସନ୍ତାକାଲି ଭୁବନେଶ୍ବରରେ ହେବାକୁ ଯାଉଛି ଡିଜିପି ସମ୍ମିଳନୀ । 

ଦେଶର ସବୁ ସୁରକ୍ଷା ବିଭାଗର ମୁଖିଆ ଏବେ ଭୁବନେଶ୍ବରରେ ।  ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏହି ସମ୍ମିଳନୀରେ ସାମିଲ ହେବେ । କିନ୍ତୁ ଏବେ ଟେମ୍ପୁଲ ସିଟିକୁ ଟେରର ସିଟିର ଆଖ୍ୟା ଦେଇଛି ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁ। ଭିଡ଼ିଓ ଜାରି କରି ପନ୍ନୁ ନିଜ ସହଯୋଗୀ ଓ ଆତଙ୍କବାଦୀ ସଙ୍ଗଠନକୁ କହିଛି, ଆତଙ୍କ ଖେଳାଇ ଡିଜିପି ସମ୍ମିଳନୀକୁ ଯେଣେତେଣେ ପ୍ରକାର ଭଣ୍ଡୁର କର ।  ଆତଙ୍କୀ ପନ୍ନୁର ଧମକ ପରେ କଡା ସୁରକ୍ଷାବଳୟ ଭିତରେ ଏବେ ଭୁବନେଶ୍ବର ।

ପ୍ରତି ଛକରେ ଦେଖିବାକୁ ମିଳିଛି ବିଏସଏଫ ଯବାନ ଓ କମାଣ୍ଡୋଙ୍କ ପିକେଟିଂ । ଛକ ଓ ଗଳିକନ୍ଦିରେ ପଇଁତରା ମାରୁଛନ୍ତି ସାଧା ପୋଷାକଧାରୀ ପୋଲିସ। ହାଇରେଜ ବିଲ୍ଡିଂରେ ସଜାଗ ଅଛନ୍ତି ଶହ ଶହ ସ୍ନାଇପର ।   ଆଣ୍ଟି ଟେରରିଷ୍ଟ ସ୍କ୍ବାର୍ଡର ସ୍କାନରରେ ଭିଆଇପି ସୁରକ୍ଷା ରହିଥିବା ବେଳେ ଗୁଇନ୍ଦା ବିଭାଗ ରଖିଛି କଡା ନଜର। ଏହାସହ ୭୦ ପ୍ଲାଟୁନ ଫୋର୍ସ ଭୁବନେଶ୍ବରକୁ ଜଗିଛନ୍ତି ।  

ଆସନ୍ତାକାଲି ଗୃହମନ୍ତ୍ରୀ ଅମିତ ଶାହା ଭୁବନେଶ୍ବରରେ ପହଞ୍ଚିବା ପରେ ଲୋକସେବା ଭବନରେ ଡିଜିପି ସମ୍ମିଳନୀକୁ  ଉଦଘାଟନ କରିବେ । ତେବେ ଏହାପୂର୍ବରୁ ଆତଙ୍କୀ ପନ୍ନୁ ବିଦେଶରୁ ଏହି ଧମକପୂର୍ଣ୍ଣ ଭିଡ଼ିଓ ଜାରି କରିବା ପରେ ସଜାଗ ରହିଛି ସୁରକ୍ଷାବାହିନୀ  ।  ବିମାନବନ୍ଦରରୁ ବାହାରିବା ପରେ ଭିଭିଆଇପି ଯିବାକୁ ଥିବା ରୁଟକୁ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe