କନକ ବ୍ୟୁରୋ : କାନାଡା ପରେ ନ୍ୟୁଜିଲ୍ୟାଣ୍ଡକୁ ଡେଇଁଲା ଖଲିସ୍ତାନୀ ଆନ୍ଦୋଳନ । କାନାଡା ପରେ ଖାଲିସ୍ତାନ ସମର୍ଥକମାନେ ଭାରତ ବିରୋଧୀ ଏଜେଣ୍ଡା ପ୍ରଚାର ପାଇଁ ନ୍ୟୁଜିଲାଣ୍ଡକୁ ବାଛିଛନ୍ତି । ଆତଙ୍କବାଦୀ ସଂଗଠନ ଶିଖ୍ ଫର ଜଷ୍ଟିସ୍ ନଭେମ୍ବର ୧୭ରେ ନ୍ୟୁଜିଲାଣ୍ଡର ଖଲିସ୍ତାନ ଏକ ଜନମତ ଆୟୋଜନ କରାଯାଇଥିଲା । ଏହି ସମୟରେ ଖଲିସ୍ତାନ ସମର୍ଥକମାନେ ଭାରତ ବିରୋଧରେ ସ୍ଲୋଗାନ ଦେବା ସହ ଖଲିସ୍ତାନର ପତାକା ଉତ୍ତୋଳନ କରିଥିଲେ । କିନ୍ତୁ ଖଲିସ୍ତାନୀଙ୍କ ଏହି କାର୍ଯ୍ୟ ନ୍ୟୁଜିଲାଣ୍ଡର ସ୍ଥାନୀୟ ଲୋକଙ୍କ ଦେହରେ ଯାଇନି । ଖାଲିସ୍ତାନ ସମର୍ଥକ ଆନ୍ଦୋଳନକୁ ନ୍ୟୁଜିଲାଣ୍ଡବାସୀ ବିରୋଧ କରୁଛନ୍ତି । ଯେଉଁ ସ୍ଥାନରେ ଜନମତ ଅନୁଷ୍ଠିତ ହେଉଥିଲା ସେଠାରେ ନ୍ୟୁଜିଲାଣ୍ଡର ଜଣେ ନାଗରିକ ମାଇକ୍ ଧରି ପହଞ୍ଚି ପ୍ରତିବାଦ କରିଥିଲେ । ପ୍ରତିବାଦରେ ବାହାରିଥିଲେ ସ୍ଥାନୀୟ ଲୋକେ । ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ନ୍ୟୁଜିଲାଣ୍ଡର ଜଣେ ବ୍ୟକ୍ତି ହାତରେ ମାଇକ ଧରି ଖଲିସ୍ତାନୀଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ନ୍ୟୁଜିଲାଣ୍ଡ ଛାଡିବାକୁ କହୁଥିବା ଦେଖିବାକୁ ମିଳିଛି ।
ବ୍ୟକ୍ତି ଜଣକ କହିଲେ, 'ତୁମେ ଏଠାରେ ଏହି ପତାକା ଉତ୍ତୋଳନ କରିବାର ସାହସ କେମିତି କରିଛ? ବ୍ୟକ୍ତି ଜଣକ ଚିତ୍କାର କରି କହିଲେ, "ତୁମ ତୁମ ଦେଶକୁ ଫେରି ଯାଅ । ତୁମର ବିଦେଶୀ ଏଜେଣ୍ଡାକୁ ମୋ ଦେଶରେ ଆଣନ୍ତୁ ନାହିଁ ବୋଲି ବ୍ୟକ୍ତି ଜଣକ କହିଥିଲେ । ଖଲିସ୍ତାନ ସମର୍ଥନରେ ଶିଖ୍ ଫର୍ ଜଷ୍ଟିସ୍ ପକ୍ଷରୁ ଆୟୋଜିତ 'ଖାଲିସ୍ତାନ ରେଫରେଣ୍ଡମ'ରେ ଏହି ସମାବେଶ ଅନୁଷ୍ଠିତ ହୋଇଥିଲା । ଭାରତରେ ଶିଖ୍ ଫର୍ ଜଷ୍ଟିସ୍ କୁ ନିଷିଦ୍ଧ କରାଯାଇଛି ଏବଂ ଏହାକୁ ଚଳାଉଥିବା ବ୍ୟକ୍ତି ଜଣକ ହେଉଛନ୍ତି ଗୁରପତୱନ୍ତ ସିଂହ ପନ୍ନୁ । ଭାରତ ତାଙ୍କୁ ଆତଙ୍କବାଦୀ ଘୋଷଣା କରିଛି । ସେପଟେ ପ୍ରବାସୀ ଭାରତୀୟ ମାନେ ମଧ୍ୟ ଖଲିସ୍ତାନୀ ମାନଙ୍କ ଆନ୍ଦୋଳନରେ ପଂହଚି ଥିଲେ , ଭାରତୀୟ ତ୍ରିରଙ୍ଗା ଉଡାଇବା ସହ ଦେଶାତ୍ମକ ଗୀତ ପରିବେଷଣ କରିଥିଲେ । ଶିଖ୍ ଫର ଜଷ୍ଟିସ୍ ଏବଂ ପନ୍ନୁ ଏକ ସ୍ୱତନ୍ତ୍ର ଶିଖ୍ ରାଷ୍ଟ୍ର ଗଠନ ନାଁରେ ବିଦେଶରେ ରହୁଥିବା ଶିଖ୍ ଏବଂ ଭାରତର ଶିଖ୍ ଯୁବକମାନଙ୍କୁ ଉତ୍ତେଜିତ କରୁଛନ୍ତି ଏବଂ ସୂଚନା ଅନୁସାରେ ଯେଉଁମାନେ ଏହି ରାଲିରେ ଯୋଗଦେଇଥିଲେ ସେମାନଙ୍କୁ ନ୍ୟୁଉଜିଲ୍ୟାଣ୍ଡର କରେନ୍ସି ହିସାବରେ ୫୦୦ ଡଲାର ପ୍ରଦାନ କରାଯାଇଥିଲା