’ଶ୍ରୀମନ୍ଦିର ବାହାରେ ବିକ୍ରି ହେଉଥିବା ଖଜା ମହାପ୍ରସାଦ ନୁହେଁ’ ; ପୁରୀ ଜିଲ୍ଲାପାଳଙ୍କ ସୂଚନା

ବାହାରେ ବିକ୍ରି ହେଉଥିବା ଖଜା ମହାପ୍ରସାଦ ନୁହେଁ । ଶ୍ରୀମନ୍ଦିର ଭିତରେ ମିଳୁଥିବା ଖଜା ହିଁ ମହାପ୍ରସାଦ । ଯଦି ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ବାହାରୁ ଖଜା କିଣୁଛନ୍ତି, ତେବେ ଭଲ ଜିନିଷରେ ତିଆରି ଖଜା ନିଅନ୍ତୁ ; ପୁରୀ ଜିଲ୍ଲାପାଳ

24k

କନକ ବ୍ୟୁରୋ: ବାହାରେ ବିକ୍ରି ହେଉଥିବା ଖଜା ମହାପ୍ରସାଦ ନୁହେଁ । ଶ୍ରୀମନ୍ଦିର ଭିତରେ ମିଳୁଥିବା ଖଜା ହିଁ ମହାପ୍ରସାଦ । ଯଦି ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ବାହାରୁ ଖଜା କିଣୁଛନ୍ତି, ତେବେ ଭଲ ଜିନିଷରେ ତିଆରି ଖଜା ନିଅନ୍ତୁ । କିନ୍ତୁ ମହାପ୍ରସାଦ ଭାବି ଏହାକୁ କିଣନ୍ତୁ ନାହିଁ । ବ୍ୟବସାୟୀ ମାନେ ମହାପ୍ରସାଦ କହି ବିକ୍ରି କରନ୍ତୁ ନାହିଁ । ଯଦି ଏଭଳି କିଛି ନଜର ଆସେ ତେବେ ସେହି ବ୍ୟବସାୟୀଙ୍କ ଉପରେ ନିଆଯିବ କାର୍ୟ୍ୟାନୁଷ୍ଠାନ ନିଆଯିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe