ଚେତାବନୀ ଦେଇଥିଲେ ଖଡଗେ । ଉତ୍ତରଦାୟିତ୍ବ ନେବାକୁ ଆଗେଇ ଆସିଲେ ଭକ୍ତ ।

Advertisment

ପୂଜାପାଠ ସହ କଂଗ୍ରେସ ଭବନରେ ନୂଆ ସଭାପତି ଭାବେ ଏଣ୍ଟ୍ରି ମାରିଛନ୍ତି ଭକ୍ତ ।

ପୂଜାପାଠ ସହ କଂଗ୍ରେସ ଭବନରେ ନୂଆ ସଭାପତି ଭାବେ ଏଣ୍ଟ୍ରି ମାରିଛନ୍ତି ଭକ୍ତ ।

ଚେତାବନୀ ଦେଇଥିଲେ ଖଡଗେ ।

ଚେତାବନୀ ଦେଇଥିଲେ ଖଡଗେ ।

କନକ ବ୍ୟୁରୋ :  ଆଗକୁ କଂଗ୍ରେସର ପରାଜୟ ହେଲେ, ପଦପଦବୀ ଓ ଦାୟିତ୍ବରେ ଥିବା ପ୍ରଭାରୀ ଦାୟୀ ରହିବେ । ଦିଲ୍ଲୀରୁ କଂଗ୍ରେସ କମାଣ୍ଡର ମଲ୍ଲିକାର୍ଜୁନେ ଖଡଗେଙ୍କ ଏଭଳି ଚେତାବନୀକୁ ଗ୍ରହଣ କରିଛନ୍ତି ଓଡ଼ିଶା କଂଗ୍ରେସ ମଙ୍ଗୁଆଳ ଭକ୍ତ ଦାସ । ଏହା ଭିତରେ ଆଜି କଂଗ୍ରେସ ଭବନ ବାହାରେ କଳସ ବସିଛି, ହୋମ ସରିଛି । ପୂଜାପାଠ ସହ କଂଗ୍ରେସ ଭବନରେ ନୂଆ ସଭାପତି ଭାବେ ଏଣ୍ଟ୍ରି ମାରିଛନ୍ତି ଭକ୍ତ। ଆଉ ପ୍ରଥମ ବୈଠକରେ ହିଁ ସ୍ପଷ୍ଟ କରିଛନ୍ତି, ସମସ୍ତଙ୍କୁ ସାଥୀରେ ନେଇ ଆଗକୁ ବଢିବି। ଲହୁ, ଲୁହ ଦେଇ ଦଳକୁ ଛିଡା କରିବି। ବିଜେଡି, ବିଜେପି ଭଳି କଂଗ୍ରେସ ପାଖରେ ଟଙ୍କା ନାହିଁ। ତେଣୁ ଲୋକଙ୍କ ଟଙ୍କାରେ ଦଳ ତିଆରି ହେବ।  

ସଭାପତି ଭାବେ ଦାୟିତ୍ବ ନେଉ ନେଉ ଉଭୟ ବିଜେଡି-ବିଜେପି ଉପରେ ବର୍ଷିଛନ୍ତି ଭକ୍ତ। ଆଉ ସଭାପତିଙ୍କ ସହ ସ୍ବର ମିଳାଇଛନ୍ତି ନୂଆକରି ଦାୟିତ୍ବ ନେଇଥିବା ପ୍ରଭାରୀ ଅଜୟ କୁମାର ଲଲ୍ଲୁ। ଲୋକଙ୍କ ସମସ୍ୟା ନେଇ ସଡକରୁ ସଦନ ଯାଏଁ କଂଗ୍ରେସ ଲଢିବ। ଗାଁ ଗାଁରେ କଂଗ୍ରେସକୁ ଗତିଶୀଳ କରାଯିବ ବୋଲି କହିଛନ୍ତି ନୂ୍ଆ ପ୍ରଭାରୀ। ବରିଷ୍ଠ ନେତାଙ୍କୁ ଏକାଠି କରି ନୂଆ ଦାୟିତ୍ବ ନେଇଛନ୍ତି ଭକ୍ତ। କିନ୍ତୁ ଭକ୍ତ ଦାୟିତ୍ବ ନେବାର ପ୍ରଥମ ଦିନରେ ମୋକିମଙ୍କୁ ଦେଖିବାକୁ ମିଳିନି। ଯାହା କଂଗ୍ରେସର ପୁରୁଣା ରୋଗକୁ ପୁଣି ପଦାରେ ପକାଇଛି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe