କନକ ବ୍ୟୁରୋ: ଅପରେସନ୍ ସିନ୍ଦୂରର ପ୍ରଥମ ଆଟାକ୍ ପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଜି ବସିଥିଲା ସର୍ବଦଳୀୟ ବୈଠକ । ବୈଠକ ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପ୍ରତିକ୍ରିୟା । କହିଲେ,ଏଭଳି ସଙ୍କଟ ସମୟରେ ଆମେ ସରକାରଙ୍କ ସହ ଅଛୁ । ରାହୁଲ ଗାନ୍ଧୀ ମଧ୍ୟ କହିଛନ୍ତି ଯେ ଆମେ ସରକାରଙ୍କୁ ପୂର୍ଣ୍ଣ ସମର୍ଥନ କରୁଛୁ । ଆତଙ୍କବାଦ ବିରୋଧରେ ସରକାରଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇ କଂଗ୍ରେସ କରିବାକୁଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖିଛି । କଂଗ୍ରେସ କରିବାକୁ ଥିବା 'ସମ୍ବିଧାନ ବଞ୍ଚାଅ ରାଲି' ସମେତ ଦଳର ଅନ୍ୟାନ୍ୟ ସମସ୍ତ ନିର୍ଦ୍ଧାରିତ କାର୍ଯ୍ୟକ୍ରମକୁ ସ୍ଥଗିତ କରିଛି ।
ସୂଚନା ମୁତାବକ ସର୍ବଦଳୟୀୟ ବୈଠକରେ ସରକାରଙ୍କ ତରଫରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହ, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜ୍ଜିଜୁ ସାମିଲ ହୋଥିଲେ । ଏହି ବୈଠକର ଅଧ୍ୟକ୍ଷତା କରିଥିଲେ ରାଜନାଥ ସିଂ । ଏଥିରେ ଅପରେସନ ସିନ୍ଦୂରର ସମସ୍ତ ସୂଚନା ଦିଆଯିବା ସହ ଆଗାମୀ ପ୍ଲାନ ବିଷୟରେ ଆଲୋଚନା କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/05/08/VZXZh985aTigcBbbCSyG.jpg)