କନକ ବ୍ୟୁରୋ: କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ଆସିଛି । ବ୍ଲକବଷ୍ଟର ଫିଲ୍ମ ‘KGF’ରେ ବମ୍ବେ ଡନ୍ ଭୂମିକାରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଅଭିନେତା ଦିନେଶ ମାଙ୍ଗାଲୁରୁଙ୍କର ଦେହାନ୍ତ ହୋଇଛି । ଏହି ଖବର ପରେ ସମଗ୍ର ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୫ ବର୍ଷ ବୟସ ହୋଇଥିଲା । କନ୍ନଡ଼ ସିନେମାରେ ଜଣେ କଳା ନିର୍ଦ୍ଦେଶକ ଭାବରେ ତାଙ୍କର ଯୋଗଦାନ ଅତୁଳନୀୟ ଥିଲା। ‘KGF’ ଫିଲ୍ମରେ କାମ କରିବା ପରେ ସେ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତା ହୋଇପାରିଥିଲେ । ମିଳିଥିବା ସୂଚନା ଅନୁଯାୟୀ, ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ।
ଦିନେଶ ମାଙ୍ଗାଲୁରୁ କନ୍ନଡ ଫିଲ୍ମ ଜଗତରେ ଜଣେ କଳା ନିର୍ଦ୍ଦେଶକ ଭାବେ ବେଶ୍ ପରିଚିତ ଥିଲେ । ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଦିନେଶଙ୍କର ଚିକିତ୍ସା ଚାଲିଥିଲା । ସେ କର୍ଣ୍ଣାଟକ ଉଡୁପି ଜିଲ୍ଲାର କୁନ୍ଦାପୁରା ସ୍ଥିତ ନିଜ ଘରେ ୫୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁର କାରଣ ମସ୍ତିଷ୍କରେ ରକ୍ତସ୍ରାବ (Brain Haemorrhage) ବୋଲି ଜଣାପଡିଛି । ଫିଲ୍ମ ଜଗତର ଅନେକ ବ୍ୟକ୍ତିବିଶେଷ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଏହା ବ୍ୟତୀତ, ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକମାନେ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
💔 Veteran Kannada actor & art director #DineshMangaluru passed away today in Kundapura after prolonged health issues. A true theatre artist & cinema gem, his legacy lives on through films like #KGF & #UlidavaruKandanthe. 🙏https://t.co/mifTi3OGTx#DineshMangaluru#RIPpic.twitter.com/q9XKBDl4Jy
— Kannada Movies (@kannada_films) August 25, 2025
ଦିନେଶ ମାଙ୍ଗାଲୁରୁଙ୍କ ଜନ୍ମ ୧ ଜାନୁଆରୀ ୧୯୭୦ ରେ ହୋଇଥିଲା । ସେ ଫିଲ୍ମ ଦୁନିଆରେ ଜଣେ ଅଭିନେତା ଭାବରେ ନିଜର ଯାତ୍ରା ଆରମ୍ଭ କରିଥିଲେ, କିନ୍ତୁ ତାଙ୍କର ନିର୍ଦ୍ଦେଶନା ଲୋକଙ୍କ ହୃଦୟକୁ ଛୁଇଁଥିଲା । ସେ ଜଣେ ଅଭିନେତା ଭାବରେ ଯେତିକି ସଫଳ ନଥିଲେ, ତା'ଠାରୁ ଅଧିକ ସଫଳତା ତାଙ୍କୁ କଳା ନିର୍ଦ୍ଦେଶକ ଭାବେ ମିଳିଥିଲା । ସେ ‘ନମ୍ବର ୭୩ ଶାନ୍ତିନିବାସ’ ଭଳି ଫିଲ୍ମରେ କଳା ନିର୍ଦ୍ଦେଶକ ଭାବେ କାମ କରିଥିଲେ। ଏଥିସହିତ ‘ଆ ଦିନାଗାଲୁ’ ଏବଂ ‘କେଜିଏଫ୍’ ଭଳି ଫିଲ୍ମରେ ସେ ନିଜ ଅଭିନୟ ମାଧ୍ୟମରେ ଲୋକଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ।