କନକ ବ୍ୟୁରୋ: ବର୍ଷକରେ ଗୋଟିଏ ଦିନ ଖୋଜାପଡ଼େ କେତକୀ ଫୁଲ । କେବଳ ମହାଶିବରାତ୍ରୀ ଦିନ ହିଁ ଏହି ଫୁଲକୁ ମହାଦେବଙ୍କଠାରେ ଲାଗି କରାଯାଏ । ଜାଗରରେ ଶିବଙ୍କଠାରେ କେତକୀ ଫୁଲ ଚଢ଼ାଇଲେ ସବୁ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ତେଣୁ ଆଜି ଏହି ଫୁଲର ଚାହିଦା ମଧ୍ୟ ଢେର ଅଧିକ ରହିଛି । ୬୦୦ ଟଙ୍କା ଦେଲେ ମିଳୁଛି ଗୋଟିଏ ଫୁଲ। କିଛି ସ୍ଥାନରେ ଦର ହଜାର ଟଙ୍କା ପାର କରିଛି ।
କାହିଁକି ଲାଗି ହୁଏ କେତକୀ ଫୁଲ?
କ’ଣ ରହିଛି କିମ୍ବଦନ୍ତୀ ?
କିମ୍ବଦନ୍ତୀ ଅନୁସାରେ ପିଣ୍ଡଦାନ ସମୟରେ କେତକୀ ଫୁଲକୁ ସାକ୍ଷୀ ରଖିଥିଲେ ମାତାସୀତା । କିନ୍ତୁ ମିଛ କହିବାରୁ କେତକୀ ଫୁଲ ଅଭିଶାପ ପାଇଥିଲେ । ଏହାପରେ ଅଭିଶାପମୁକ୍ତ ପାଇଁ ମିଳିଥିଲା ବର । କେବଳ ଶିବରାତ୍ରି ଦିନ ଶିବଙ୍କ ପାଖରେ ଲାଗି ନେଇ ବର ଦେଇଥିଲେ ସୀତା । ସେବେଠାରୁ ଜାଗରରେ ମହାଦେବଙ୍କଠାରେ କେତକୀ ଫୁଲ ଚଢ଼ାଇବାର ପରମ୍ପରା ରହିଛି । ବର୍ଷକରେ ଗୋଟିଏ ଦିନ ମହାଦେବଙ୍କଠାରେ ଲାଗି ହେଉଥିବାରୁ କେତକୀ ଫୁଲର ଚାହିବା ଆକାଶ ଛୁଆଁ ରହିଛି । ତଥାପି ମହାଦେବଙ୍କ କୃପା ଲାଭ ପାଇଁ ଅନେକ ଭକ୍ତ ଚଢ଼ା ଦରରେ ଏହାକୁ କିଣି ନେଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/02/26/L3K2l7nOf3NQdta3e1Li.jpg)