କନକ ବ୍ୟୁରୋ: ସୀମା ପାର୍ କଲା ଅମାନୁଷିକ । କର୍ମଚାରୀଙ୍କ ବେକରେ ବେଲ୍ଟ ବାନ୍ଧି କୁକୁର ଭଳି ଚଲାଇଲେ କମ୍ପାନୀର ସିନିୟର କର୍ମଚାରୀ । ଏଭଳି ଏକ କ୍ରୁରତା ଦେଖିବାକୁ ମିଳିଛି କେରଳର କୋଚିରେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ଆଉ ଘୋର ନିନ୍ଦା କରୁଛନ୍ତି ୟୁଜର । ସୂଚନାମୁତାବକ, ଟାର୍ଗେଟ ପୂରା ନହେବାରୁ କର୍ମଚାରୀଙ୍କ ବେକରେ ବେଲ୍ଟ ବାନ୍ଧି କୁକୁର ଭଳି ଚଲାଇ ଚଲାଇ ନେଉଛନ୍ତି । ଏହାର ଭିଡିଓ ନିଜ ଫୋନ୍ ରେ ସୁଟିଂ କରୁଛନ୍ତି କମ୍ପାନୀର ପୂର୍ବ ମ୍ୟାନେଜର । ପୋଲିସ୍ର କହିବାନୁଯାୟୀ କମ୍ପାନୀ ମାଲିକଙ୍କ ସହ ପୂର୍ବ ମ୍ୟାନେଜର ବିବାଦ ଥିଲା ।
ଏନେଇ ପୂର୍ବ ମ୍ୟାନେଜର କହିଛନ୍ତି ପ୍ରଶିକ୍ଷାର୍ଥୀଙ୍କ ସହିତ ଏହି ଭିଡିଓ ସୁଟ୍ କରିଛନ୍ତି ଆଉ ଦାବି କରିଛନ୍ତି ଯେ, ଏହା ତାଙ୍କ ଟ୍ରେନିଙ୍ଗ ଏକ ଅଂଶ । ତେବେ ଏହି ଭିଡିଓ ପାଖାପାଖି ୪ ମାସ ପୂରର୍ବରୁ ସୁଟ୍ କରାଯାଇଥିଲା । ବର୍ତ୍ତମାନ ସେହି ମ୍ୟାନେଜର କମ୍ପାନୀ ଛାଡି ସାରିଛନ୍ତି ବୋଲି ପୋଲିସ୍ କହିଛି । ଉକ୍ତ କମ୍ପାନୀର କିଛି କର୍ମଚାରୀ କେରଳର ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି , ଯେଉଁମାନେ ଟାଗେର୍ଟ ପୂରା କରିବାରେ ବିଫଳ ସେମାନେ ମ୍ୟାନେଜମେଣ୍ଟ ଦ୍ବାରା ଦଣ୍ଡିତ ହୋଇଥାଆନ୍ତି । ଏହି ମାମଲାରେ କେରଳର ଲେବର ଡିପାର୍ଟମେଣ୍ଟ ୱାର୍କ ପ୍ଲେସ୍ରେ କରାଯାଉଥିବା ଉତ୍ପିଡନର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି ।