ସର୍ବଭାରତୀୟ ସମ୍ବଲପୁର କପ୍‌ ଫୁଟ୍‌ବଲ୍, ଫାଇନାଲରେ କେରଳ ପୁଲିସ

Advertisment

କେରଳ ଦଳ ୧-୦ ଗୋଲ୍‌ରେ ବିଜୟୀ ହୋଇ ଫାଇନାଲ୍‌ରେ ପ୍ରବେଶ କରିଥିଲା। ପ୍ରଥମାର୍ଦ୍ଧର ୧୪ ମିନିଟ୍‌ରେ ‌କେରଳ ଦଳର ସଜେଶ୍‌ ଏକମାତ୍ର ଗୋଲ୍‌ ଦେଇଥିଲେ। ଆଜିର ମ୍ୟାଚ୍‌ରେ ଅତିଥି ଭାବେ ଫୁଟ୍‌ବଲ୍ ଆସୋସିଏସନ୍‌ ଅଫ୍ ଓଡ଼ିଶା (ଫାଓ)ର ସଭାପତି ତଥା ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗ ଦେଇଥିଲେ।

Football

କନକ ବ୍ୟୁରୋ: ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍‌ରେ ଚାଲିଥିବା ୧୪ତମ ସର୍ବଭାରତୀୟ ସମ୍ବଲପୁର କପ୍‌ ଫୁଟ୍‌ବଲ୍ ପ୍ରତିଯୋଗିତାର ଫାଇନାଲ୍‌ରେ କେରଳ ପୁଲିସ ପହଞ୍ଚିଛି । ଶୁକ୍ରବାର ଦ୍ବିତୀୟ ସେମିଫାଇନାଲ୍‌ କେରଳ ପୁଲିସ ଓ ୟୁନିଟ୍‌-୬ ଭୁବନେଶ୍ବର ମଧ୍ୟରେ ଖେଳାଯାଇଥିଲା । ଏଥିରେ କେରଳ ଦଳ ୧-୦ ଗୋଲ୍‌ରେ ବିଜୟୀ ହୋଇ ଫାଇନାଲ୍‌ରେ ପ୍ରବେଶ କରିଥିଲା । ପ୍ରଥମାର୍ଦ୍ଧର ୧୪ ମିନିଟ୍‌ରେ ‌କେରଳ ଦଳର ସଜେଶ୍‌ ଏକମାତ୍ର ଗୋଲ୍‌ ଦେଇଥିଲେ । ଆଜିର ମ୍ୟାଚ୍‌ରେ ଅତିଥି ଭାବେ ଫୁଟ୍‌ବଲ୍ ଆସୋସିଏସନ୍‌ ଅଫ୍ ଓଡ଼ିଶା (ଫାଓ)ର ସଭାପତି ତଥା ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗ ଦେଇଥିଲେ । ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ରେଙ୍ଗାଳୀର ପୂର୍ବତନ ବିଧାୟକ ନାଉରୀ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ମାର୍ଚ୍ଚ ୧ ତାରିଖ କେରଳ ରାଜ୍ୟ ବିଦ୍ୟୁତ୍‌ ବୋର୍ଡ ଓ କେରଳ ପୁଲିସ ଦଳ ମଧ୍ୟରେ ଫାଇନାଲ ମୁକାବିଲା ହେବ ।  

ଏହା ବି ପଢ଼ନ୍ତୁ: ସିଭିଲ ସର୍ଭିସ ହକି: ଓଡ଼ିଶା ମହିଳା ଦଳ ଫାଇନାଲରେ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe