କେରଳ ହାଇକୋର୍ଟଙ୍କ ବଡ଼ ରାୟ, ଜଣେ ମୁସଲମାନ ଏକାଧିକ ବିବାହ କରିବାକୁ ହେଲେ ସ୍ତ୍ରୀମାନଙ୍କୁ ପୋଷିବାର ସାମର୍ଥ୍ୟ ଥିବା ଦରକାର

ଜଣେ ଦୃଷ୍ଟିହୀନଙ୍କ ମାମଲାରେ ଶୁଣାଇଲେ ନିଷ୍ପତ୍ତି ।

କେରଳ ହାଇକୋର୍ଟଙ୍କ ବଡ଼ ରାୟ

କେରଳ ହାଇକୋର୍ଟଙ୍କ ବଡ଼ ରାୟ Photograph: (KanakNews)

କନକ ବ୍ୟୁରୋ:  କେରଳ ହାଇକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ରାୟ । ମୁସଲମାନ ପୁରୁଷ ଏକାଧିକ ବିବାହ କରିପାରିବେ ନାହିଁ ଯଦି ସେ ଆର୍ଥିକ ଭାବେ ସେମାନଙ୍କୁ ସମର୍ଥନ କରିବାରେ ଅସମର୍ଥ। କୋର୍ଟ କହିଛନ୍ତି, ମୁସଲମାନ ବ୍ୟକ୍ତିଗତ ନିୟମ ଅନୁସାରେ ଏକାଧିକ ବିବାହ ଅନୁମୋଦିତ ହେଲେ ମଧ୍ୟ, ସମସ୍ତ ପତ୍ନୀ ଓ ସନ୍ତାନମାନଙ୍କୁ ଆର୍ଥିକ ଓ ସାମାଜିକ ସମର୍ଥନ ଦେବା ବାଧ୍ୟତାମୂଳକ ।

ଏକ ମାମଲାରେ ଶୁଣାଣି କରି ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି , ଯଦି ଜଣେ ବ୍ୟକ୍ତି ଆର୍ଥିକ ଅସମର୍ଥ ହୁଅନ୍ତି, ତେବେ ଏକାଧିକ ବିବାହ ଅନୁଚିତ । ଏହି ରାୟ ମୁସଲମାନ ବ୍ୟକ୍ତିଗତ ନିୟମରେ ନ୍ୟାୟ ଓ ସମାନତା ଉପରେ ଗୁରୁତ୍ୱ ଦେଇଛି। କୋର୍ଟ ଆହୁରି କହିଛନ୍ତି ଯେ ପତ୍ନୀ ଓ ସନ୍ତାନମାନଙ୍କ ମୌଳିକ ଆବଶ୍ୟକତା ପୂରଣ କରିବା ସ୍ବାମୀଙ୍କ ଦାୟିତ୍ୱ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe