ମହିଳାଙ୍କୁ ବଞ୍ଚାଇବାକୁ ଯାଇ କେରଳ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଦୁର୍ଘଟଣାଗ୍ରସ୍ତ: ଭାଇରାଲ ହେଉଛି ଭିଡିଓ

ମହିଳାଙ୍କୁ ବଞ୍ଚାଇବାକୁ ଯାଇ କେରଳ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଦୁର୍ଘଟଣାଗ୍ରସ୍ତ । କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ କାରକେଡ୍ ଦୁର୍ଘଟଣାଗ୍ରସ୍ତ। ପଛକୁ ପଛ ଆସି ଧକ୍କା ହେଲା ୫ରୁ ଅଧିକା ଗାଡ଼ି

best cm

କନକବ୍ୟୁରୋ: ମହିଳାଙ୍କୁ ବଞ୍ଚାଇବାକୁ ଯାଇ କେରଳ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଦୁର୍ଘଟଣାଗ୍ରସ୍ତ । କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ କାରକେଡ୍ ଦୁର୍ଘଟଣାଗ୍ରସ୍ତ । ପଛକୁ ପଛ ଆସି ଧକ୍କା ହେଲା ୫ରୁ ଅଧିକା ଗାଡ଼ି ।

କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ କାରକେଡ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଏହି ଦୁର୍ଘଟଣା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି, ଯେଉଁଥିରେ ପଛକୁ ପଛ ଆସି ପାଞ୍ଚରୁ ଅଧିକା ଗାଡି ଧକ୍କା ହେଉଥିବା ଦେଖିବାକୁ ମିଳୁଛି ।  ତେବେ ଏଥିରେ ମୁଖ୍ୟମନ୍ତ୍ରୀଙ୍କର କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି  ।

ମୁଖ୍ୟମନ୍ତ୍ରୀ ଥିରୁଅନନ୍ତପୁରମ ଆଡ଼କୁ ଯାଉଥିବାବେଳେ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। କାରକେଡ୍ ଆଗରେ ଗୋଟିଏ ସ୍କୁଟିରେ ଯାଉଥିବା ଜଣେ ମହିଳାଙ୍କୁ ବଞ୍ଚାଇବାକୁ ଯାଇ ପାଇଲଟ୍ ହଠାତ୍ ଗାଡିରେ ବ୍ରେକ୍ ଲଗାଇଥିଲେ।

ଏହି ସମୟରେ କାରକେଡର ଅନ୍ୟ ଗାଡ଼ିଗୁଡ଼ିକ ଦ୍ରୁତ ଗତିରେ ଆସୁଥିବାରୁ ହଠାତ ଅଟକିପାରିନଥିଲା। ଫଳରେ ପଛକୁ ପଛ ଆସି ଗୋଟିଏ ପରେ ଗୋଟିଏ ୫ରୁ ଅଧିକା ଗାଡ଼ି ଧକ୍କା ହୋଇଥିଲା।
 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe