ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ ;  ଘର ସହ ୭ଟି ଠିକଣାରେ ରେଡ୍

ଭିଜିଲାନ୍ସ ଜାଲରେ କେନ୍ଦୁଝରର ଖଣି ଅଧିକାରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୁନିୟର ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କ ୭ଟି ଠିକଣାରେ ରେଡ୍ । କେନ୍ଦୁଝର, ଭୁବନେଶ୍ୱର, ଭବାନୀପାଟଣା ଓ ଯାଜପୁରରେ ଚଢ଼ାଉ ।

3kh

କନକ ବ୍ୟୁରୋ: ଜୁନିଅର ଖଣି ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍ । କେନ୍ଦୁଝରର ଜୁନିଅର ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କ ୭ଟି ଠିକଣାରେ ରେଡ୍ କରାଯାଉଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରୁଛି ଭିଜିଲାନ୍ସ । 

କେନ୍ଦୁଝରରେ ଥିବା ଅଫିସ୍‌ରେ ପହଞ୍ଚିଛି ଭିଜିଲାନ୍ସ। ଏହା ସହ କେନ୍ଦୁଝର ଜଗନ୍ନାଥପୁରରେ ଥିବା ଦୁଇ ମହଲା କୋଠା, ଭୁବନେଶ୍ୱର କୋରଡକଣ୍ଟାରେ ଥିବା ୪ ମହଲା କୋଠାରେ ରେଡ୍ କରାଯାଉଛି । କେନ୍ଦୁଝର ମଦନପୁରରେ ଥିବା ଫାର୍ମ ହାଉସ୍, ଯାଜପୁର ଟମକାର ପୈତୃକ ଘର, ଭବାନୀପାଟଣା ହିଲ ଟାଉନର ଭଡା ଘର ଓ ଯାଜପୁର ବଳରାମପୁରରେ ଥିବା ସମ୍ପର୍କୀୟଙ୍କ ଘରେ ଚଢାଉ କରୁଛନ୍ତି ଭିଜିଲାନ୍ସ ଅଧିକାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe