୧୨ଘଣ୍ଟିଆ କେନ୍ଦୁଝର ତେଲକୋଇ ବନ୍ଦ; ୧୨ଘଣ୍ଟିଆ କେନ୍ଦୁଝର ତେଲକୋଇ ବନ୍ଦ ।

୧୨ଘଣ୍ଟିଆ କେନ୍ଦୁଝର ତେଲକୋଇ ବନ୍ଦ । ସମାକୋଇ ଚକଦର ପ୍ରକଳ୍ପକୁ ବିରୋଧ ।ଯାନବାହାନ ଚଳାଚଳ ଠପ୍ । ୧୨ଘଣ୍ଟିଆ କେନ୍ଦୁଝର ତେଲକୋଇ ବନ୍ଦ ।

telkoi

କନକ ବ୍ୟୁରୋ: ଆଜି ୧୨ ଘଣ୍ଟିଆ କେନ୍ଦୁଝର ତେଲକୋଇ ବନ୍ଦ। ସମାକୋଇ-ଚକଦର ପ୍ରକଳ୍ପକୁ ବିରୋଧ କରି ସକାଳ ୬ ଟାରୁ ସନ୍ଧ୍ୟା ୬ଟା ଯାଏ ତେଲକୋଇରେ ଯାନବାହାନ ଚଳାଚଳ ବନ୍ଦ ରହିବ। 

ହା ସହ ସ୍କୁଲ, କଲେକ, ଦୋକାନ, ବଜାର, ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଖୋଲିବ ନାହିଁ। ଚକଦର ପ୍ରକଳ୍ପ ବନ୍ଦ ସମନ୍ଵୟ କମିଟି ପକ୍ଷରୁ ବନ୍ଦ ପାଳନ କରାଯାଉଛି। ତେଲକୋଇର ଚାରିଗଡ କଲେଜ ପଡ଼ିଆରୁ ଦିନ ୧୧ଟାରେ ଏକ ବିଶାଳ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିବ। ଏହା ପରେ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରସ୍ତାବିତ ସମାକୋଇ-ଚକଦର ପ୍ରକଳ୍ପକୁ ସମ୍ପୂର୍ଣ୍ଣ ବନ୍ଦ ପାଇଁ ସ୍ମାରକପତ୍ର ପ୍ରଦାନ କରାଯିବ। 

ସ୍ଥାନୀୟ ଜନସାଧାରଣ ଦୀର୍ଘ ୪୬ ବର୍ଷ ଧରି ଏହି ପ୍ରକଳ୍ପକୁ ବିରୋଧ କରି ଆସୁଛନ୍ତି। ଏହାକୁ କାର୍ୟ୍ୟକାରୀ କରିବାକୁ ୧୯୭୮ ମସିହାରେ ଶୁଭ ଦିଆଯାଇଥିଲା। ସମାକୋଇ ନଦୀର ତଳମୁଣ୍ଡ ଚକଦର ଠାରେ ଏହା ନିର୍ମାଣ ହେଲେ ତେଲକୋଇ ବ୍ଲକର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହେବା ସହିତ ବହୁ ଲୋକ ବିସ୍ଥାପିତ ହେବା ସମ୍ଭାବନା ରହିଛି। ଏହାଦ୍ୱାରା କେନ୍ଦୁଝର ଜିଲ୍ଲାର ଚାଷ ଜମିକୁ ସେଚ ସୁବିଧା ମିଳିବ ନାହିଁ ବୋଲି ଅଭିଯୋଗ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe