କନକ ବ୍ୟୁରୋ: କୁବେର ଡିଏଫଓ ନିତ୍ୟାନନ୍ଦ ନାୟକଙ୍କୁ ବାନ୍ଧିଲା ଭିଜିଲାନ୍ସ । ଦୁଇ ଦିନର ଚଢାଉ ପରେ ଆଜି ଡିଏଫଓଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିଭୂର୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ତାଙ୍କର ଅନୁଗୁଳରେ ୯ ହଜାର ସ୍କୋୟରଫୁଟର ବହୁ ମହଲା କୋଠା, ଅନୁଗୁଳ ଛେଣ୍ଡିପଦାରେ ଏକ ବିଶାଳ ଫାର୍ମ ହାଉସ, ୧୧୫ ପ୍ଳଟ, ୨୦୦ ଗ୍ରାମ ସୁନା, ୧୦ ଲକ୍ଷ ୨୫ ହଜାର ଟଙ୍କାର ନଗଦ ଟଙ୍କା, ୫୦ ଲକ୍ଷ ୩୮ ହଜାର ଟଙ୍କା ବ୍ୟାଙ୍କ ଜମା, ୨ଟି କାର ଆଦି ସମ୍ପତ୍ତି ଠାବ ହୋଇଛି । କାଲିଠାରୁ କେନ୍ଦୁଝର ରେ ଡିଏଫଓ ନିତ୍ୟାନନ୍ଦ ନାଏକଙ୍କ ସରକାରୀ ବାସଭବନ ଓ ଅଫିସରେ ଭିଜିଲାନ୍ସ ଚଢାଉ କରିଥିଲା । ଗତକାରି ରାତି ସାରା ଚାଲିଥିଲା ସମ୍ପତ୍ତି ହିସାବ । ତେବେ ବାବୁଙ୍କ ସରକାରୀ ବାସଭବନରୁ ନଗଦ ୮ ଲକ୍ଷ ୫୦ହଜାର ଟଙ୍କା ସହ ଏକ ବନ୍ଧୁକ ଜବତ କରାଯାଇଥିଲା ।
କେନ୍ଦୁଝର କେନ୍ଦୁପତ୍ର ଡିଏଫଓ ଗିରଫ: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିତ୍ୟାନନ୍ଦ ନାୟକଙ୍କୁ ବାନ୍ଧିଲା ଭିଜିଲାନ୍ସ
ଆୟ ବହିଭୂର୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ତାଙ୍କର ଅନୁଗୁଳରେ ୯ ହଜାର ସ୍କୋୟରଫୁଟର ବହୁ ମହଲା କୋଠା, ଅନୁଗୁଳ ଛେଣ୍ଡିପଦାରେ ଏକ ବିଶାଳ ଫାର୍ମ ହାଉସ, ୧୧୫ ପ୍ଳଟ, ୨୦୦ ଗ୍ରାମ ସୁନା, ୧୦ ଲକ୍ଷ ୨୫ ହଜାର ଟଙ୍କାର ନଗଦ ଟଙ୍କା, ୫୦ ଲକ୍ଷ ୩୮ ହଜାର ଟଙ୍କା ବ୍ୟାଙ୍କ ଜମା, ୨ଟି କାର ଆଦି ସମ୍ପତ୍ତି ଠାବ ହୋଇଛି ।
/kanak/media/media_files/2025/07/22/39-2025-07-22-11-33-08.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)