କନକବ୍ୟୁରୋ : ଗିରଫ ହେଲେ କେନ୍ଦୁଝରର ଜୁନିଅର ଖଣି ଅଧିକାରୀ ପଦ୍ମନାଭ ହୋତା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଦ୍ମନାଭଙ୍କୁ ବାନ୍ଧିଛି ଭିଜିଲାନ୍ସ । ତାଙ୍କର ବିଭିନ୍ନ ଠିକଣାରେ ଚଢାଉ ବେଳେ ଭୁବନେଶ୍ବରରେ ୩ଟି ବହୁତଳ ପ୍ରାସାଦ, ୫ ହଜାର ୮୦୦ ବର୍ଗଫୁଟର ଗୋଟିଏ ୪ ମହଲା କୋଠାଘର, ୨ଟି ବେନାମୀ ଫ୍ଲାଟ୍, ୧୪ଟି ପ୍ଲଟ୍, ୫ ଏକରର ଗୋଟିଏ ଫାର୍ମ ହାଉସ୍ ମିଳିଛି ।
ଫାର୍ମ ହାଉସରେ ୭୦ ଲକ୍ଷ ଟଙ୍କାର ସମ୍ପତ୍ତି, ନଗଦ ୫୩ ଲକ୍ଷ ଟଙ୍କା ଜମାରାଶି, ୧ ଲକ୍ଷ ଟଙ୍କା ଓ ୩୦୦ ଗ୍ରାମ୍ ସୁନା ଜବତ ହୋଇଛି। ପଦ୍ମନାଭ ହୋତା ଏତେ ସମ୍ପତ୍ତି କେଉଁଠୁ ଆଣିଲେ, ସେନେଇ ସନ୍ତୋଷଜନକ ଉତ୍ତର ଭିଜିଲାନ୍ସକୁ ଦେଇପାରି ନଥିଲେ । ତାଙ୍କ ବିରୋଧରେ ଭିଜିଲାନ୍ସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।