ଲୋକଙ୍କ ଟଙ୍କାରେ ବାବୁ କରୁଥିଲେ ଅୟସ, ବୁଲୁଥିଲେ ବିଦେଶ ; ଜେଲ ସୁପରିଟେଣ୍ଡେଣ୍ଟଙ୍କ ଖୋଲୁଛି ଗୁମର

ଲୋକଙ୍କ ଟଙ୍କାରେ ବାବୁ ବୁଲୁଥିଲେ ବିଦେଶ। ଭିଜିଲାନ୍ସ ଜାଲରେ ପଡ଼ିଥିବା ସରକାରୀ ବାବୁଙ୍କର ବିଦେଶ ବୁଲା ସଉକ ରହିଛି । ବିଦେଶ ବୁଲାର ଫଟୋ ସାମ୍ନାକୁ ଆସିଛି । ଜେଲ ଅଧିକ୍ଷକ ସତ୍ୟପ୍ରକାଶ ସ୍ୱାଇଁ ଭିଜିଲାନ୍ସ ସ୍କାନରକୁ ଆସିଛନ୍ତି।

babu=====

କନକ ବ୍ୟୁରୋ: ଲୋକଙ୍କ ଟଙ୍କାରେ ବାବୁ ବୁଲୁଥିଲେ ବିଦେଶ। ଭିଜିଲାନ୍ସ ଜାଲରେ ପଡ଼ିଥିବା ସରକାରୀ ବାବୁଙ୍କର ବିଦେଶ  ବୁଲା ସଉକ ରହିଛି । ବିଦେଶ ବୁଲାର ଫଟୋ ସାମ୍ନାକୁ ଆସିଛି । ଜେଲ ଅଧିକ୍ଷକ ସତ୍ୟପ୍ରକାଶ ସ୍ୱାଇଁ ଭିଜିଲାନ୍ସ ସ୍କାନରକୁ ଆସିଛନ୍ତି। 

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରର ସୁପରିଟେଣ୍ଡେଟଙ୍କ କେନ୍ଦୁଝର ସରକାରୀ ବାସଭବନରେ ରେଡ୍ କରୁଛି ଭିଜିଲାନ୍ସ। ଭୁବନେଶ୍ୱରରୁ ଏକ ଟିମ ସହ କେନ୍ଦୁଝର ଭିଜିଲାନ୍ସ ସହାୟତାରେ ଚଢ଼ାଉ ଜାରି ରହିଛି। ପୂର୍ବରୁ ଭୁବନେଶ୍ୱର ଝାରପଡ଼ା ଜେଲରେ ସୁପରିଟେଣ୍ଡେଣ୍ଟ ଥିଲେ ସତ୍ୟପ୍ରକାଶ ସ୍ୱାଇଁ। ଭଦ୍ରକ, ଭୁବନେଶ୍ୱର ଓ କେନ୍ଦୁଝରର ୭ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ। ଭୁବନେଶ୍ୱର ଲକ୍ଷ୍ମୀସାଗରରେ ଥିବା ଘର,  ଖଣ୍ଡଗିରିରେ ଥିବା ପୈତୃକ ଘର, ଝାରପଡ଼ା ସ୍ପେଶାଲ ଜେଲ କଲୋନୀରେ ସରକାର ବାସଭବନ ଓ ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ସମ୍ପର୍କୀୟଙ୍କ ଘରେ ଚଢ଼ାଉ ଜାରି ରହିଛି। 

ଭଦ୍ରକ ନରସିଂହପୁରରେ ଥିବା ଘର, କେନ୍ଦୁଝରରେ ଥିବା ସରକାରୀ ବାସଭବନ ଓ ଜେଲ ପରିସରରେ ଥିବା କାର୍ୟ୍ୟାଳୟରେ ରେଡ ଜାରି ରହିଛି। ଭିଜିଲାନ୍ସ ଜାଲରେ ପଡ଼ିଥିବା କେନ୍ଦୁଝର ଜେଲ ଅଧୀକ୍ଷକଙ୍କ ଥିଲା ବିଦେଶ ବୁଲା ସଉକ। କଏଦୀଙ୍କ ଠାରୁ ସତ୍ୟପ୍ରକାଶ ସ୍ବାଇଁ ମୋଟା ଅଙ୍କର ଟଙ୍କା ନେଉଥିଲେ ଏବଂ ସ୍ୱତନ୍ତ୍ର ସୁବିଧା ଦେଉଥିବା ଅଭିଯୋଗ ହୋଇଥିଲା। ସେହି ଟଙ୍କାରେ ଟଙ୍କାରେ ସତ୍ୟପ୍ରକାଶ ବିଦେଶ ଭ୍ରମଣ କରୁଥିବା ସନ୍ଦେହ କରାଯାଉଛି। ସେ ମାଲେସିଆ ସମେତ ବିଭିନ୍ନ ଦେଶ ବୁଲିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe