କନକ ବ୍ୟୁରୋ: ଭାରତର ପ୍ରତିଷ୍ଠିତ ହେଲ୍ଥ-କେୟାର କମ୍ପାନୀ 'Kenvue' ଏହାର ହାଇଡ୍ରେସନ ପୋର୍ଟଫୋଲିଓକୁ ସୁଦୃଢ଼ କରିବା ପାଇଁ ଏକ ଦ୍ୱୈତ ବ୍ରାଣ୍ଡ୍ ରଣନୀତି ଘୋଷଣା କରିଛି। କମ୍ପାନୀ ଏବେ ORSL ଏବଂ ସମ୍ପୂର୍ଣ୍ଣ ନୂତନ ଭାବେ ଉନ୍ମୋଚିତ eRZL ମାଧ୍ୟମରେ ଗ୍ରାହକଙ୍କୁ ଶରୀରରେ ଜଳୀୟ ଅଂଶ ବା ହାଇଡ୍ରେସନ ବଜାୟ ରଖିବା ପାଇଁ ବୈଜ୍ଞାନିକ ସମାଧାନ ଯୋଗାଇଦେବ ।
ଆହୁରି ପଢ଼ନ୍ତୁ: ମହିଳାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ଐତିହାସିକ ପଦକ୍ଷେପ
କ’ଣ ଏହି ଦୁଇଟି ବ୍ରାଣ୍ଡ୍ ବିଶେଷତ୍ୱ ?
ଓଆରଏସଏଲ୍:ଏହା ବିଶେଷ କରି ଡାଇରିଆ ବା ଝାଡ଼ାବାନ୍ତି ଜନିତ ଶରୀରର ଶକ୍ତି ହ୍ରାସ ଏବଂ ଜଳୀୟ ଅଂଶ କମିଯିବା ସମୟରେ ବ୍ୟବହାର ପାଇଁ ଉଦ୍ଦିଷ୍ଟ । ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଫର୍ମୁଲା ଉପରେ ଆଧାରିତ ।
ଏର୍ଜଲ : ଏହା ଏକ ନୂଆ ବ୍ରାଣ୍ଡ୍ ଭାବେ ଲଞ୍ଚ କରାଯାଇଛି । ଦୈନନ୍ଦିନ କାର୍ଯ୍ୟରେ ଥକ୍କାପଣ, ଗରମ ଯୋଗୁଁ ହେଉଥିବା ଦୁର୍ବଳତା ଏବଂ ସାଧାରଣ ହାଇଡ୍ରେସନ ପାଇଁ ଏହା ଏକ ଫଳ ରସ ଯୁକ୍ତ ଇଲେକ୍ଟ୍ରୋଲାଇଟ୍ ପାନୀୟ ।
ଏର୍ଜଲର ନୂଆ ରୂପ ଓ ଗୁଣ...
କମ୍ପାନି ଦାବି କରିଛି ଯେ ନୂତନ ଏର୍ଜଲ ପୂର୍ବ ଅପେକ୍ଷା ୮ ଗୁଣ କମ୍ ଚିନି ଏବଂ ୧.୪ ଗୁଣ ଅଧିକ ଇଲେକ୍ଟ୍ରୋଲାଇଟ୍ ସହିତ ଆସୁଛି । ଏଥିରେ ସୋଡିୟମ୍, ପୋଟାସିୟମ୍, କ୍ଲୋରାଇଡ୍ ଏବଂ ଭିଟାମିନ୍-ସି ର ମିଶ୍ରଣ ରହିଛି, ଯାହା ଶରୀରକୁ ତୁରନ୍ତ ଶକ୍ତି ପ୍ରଦାନ କରେ ।
Kenvue ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ମନୀଷ ଆନନ୍ଦାନୀଙ୍କ କହିବା ଅନୁଯାୟୀ, "ଭାରତରେ ହାଇଡ୍ରେସନ ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସମସ୍ୟା । ଆମର ଏହି ଦୁଇଟି ବ୍ରାଣ୍ଡ୍ ଗ୍ରାହକଙ୍କୁ ରୋଗ ସମୟରେ ଏବଂ ସାଧାରଣ ଜୀବନରେ ସୁସ୍ଥ ରହିବାରେ ସାହାଯ୍ୟ କରିବ । ସେହିପରି ବିଜନେସ ୟୁନିଟ୍ ହେଡ୍ ପ୍ରଶାନ୍ତ ସିନ୍ଦେ କହିଛନ୍ତି ଯେ, ବର୍ତ୍ତମାନର ଗ୍ରାହକମାନେ କମ୍ ଚିନି ଏବଂ ସ୍ୱାସ୍ଥ୍ୟକର ପାନୀୟ ଚାହୁଁଛନ୍ତି, ଯାହାକୁ ଦୃଷ୍ଟିରେ ରଖି ଏର୍ଜଲକୁ ପ୍ରସ୍ତୁତ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2026/02/26/4-2026-02-26-18-31-01.jpeg)