ନଗଡ଼ାକୁ ଟପିଗଲା କୋଇଡ଼ାର ‘କେନଶିଳା’ ; ଗାଁର ସବୁ ପିଲା ଅପପୁଷ୍ଟିର ଶିକାର

Advertisment

ଦୁଇଟି ଗାଁରେ ଝାଟିମାଟିର କୁଡ଼ିଆରେ ପ୍ରାୟ ଶହେ ପରିବାର ରହୁଛନ୍ତି । ଯାଜପୁର ନଗଡ଼ାଠାରୁ ଆହୁରି କରୁଣ ଏହି ଗାଁର ଦୃଶ୍ୟ । ପ୍ରାୟ ସମସ୍ତ ଶିଶୁ ଅପପୁଷ୍ଟି କବଳିତ ।

ଦୁଇଟି ଗାଁରେ ଝାଟିମାଟିର କୁଡ଼ିଆରେ ପ୍ରାୟ ଶହେ ପରିବାର ରହୁଛନ୍ତି । ଯାଜପୁର ନଗଡ଼ାଠାରୁ ଆହୁରି କରୁଣ ଏହି ଗାଁର ଦୃଶ୍ୟ । ପ୍ରାୟ ସମସ୍ତ ଶିଶୁ ଅପପୁଷ୍ଟି କବଳିତ ।

56େିକପୂରହୱପ

Photograph: (kanaknews)

କନକ ବ୍ୟୁରୋ:ନଗଡ଼ାଠାରୁ ଆହୁରି ଭୟଙ୍କର ‘କେନଶିଳା’। ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ବ୍ଲକ୍ ଭୁତୁଡ଼ା ପଞ୍ଚାୟତରେ ରହିଛି ଉପର କେନଶିଳା ଓ ତଳ କେନଶିଳା ଗାଁ । ଦୁଇଟି ଗାଁରେ ଝାଟିମାଟିର କୁଡ଼ିଆରେ ପ୍ରାୟ ଶହେ ପରିବାର ରହୁଛନ୍ତି । ଯାଜପୁର ନଗଡ଼ାଠାରୁ ଆହୁରି କରୁଣ ଏହି ଗାଁର ଦୃଶ୍ୟ । ପ୍ରାୟ ସମସ୍ତ ଶିଶୁ ଅପପୁଷ୍ଟି କବଳିତ । ଦେହ ଖରାପ ହେଲେ ଚେରମୂଳି ଖୁଆଇ ଓ ଚେଙ୍କ ଚିକିତ୍ସା ଉପରେ ସାହା ଭରସା । ଜୀବନ ମାନେ ଏଠି ଖାଲି ଯନ୍ତ୍ରଣା ଆଉ ଯନ୍ତ୍ରଣା । ମରିମରି ଜିଇଁଛନ୍ତି ଶତାଧିକ ପରିବାର । ବିକାଶର ଦୀପ ତଳେ ଇଏ ଏମିତି ଏକ ଅନ୍ଧାରିମୂଲକ, ଯେଉଁଠି ମୌଳିକ ସୁବିଧା ସାତସପନ । 

ରାସ୍ତାଘାଟ ଅସୁବିଧା ପାଇଁ ପରିବା ବଦଳରେ କନ୍ଦମୂଳ ଖାଇ ବଞ୍ଚିବାକୁ ବାଧ୍ୟ ହୋଇଥାଆନ୍ତି । ଭତ୍ତା ଓ ସରକାରୀ ଚାଉଳ ପାଇଁ ୨୦ କିଲୋମିଟର ପାହାଡ଼ ଜଙ୍ଗଲ ମଧ୍ୟରେ ଚାଲିଚାଲି ଗଲାପରେ ପୁଣି କାନ୍ଧରେ ବୋହିକି ସେତିକି ବାଟ ଆଣିବାକୁ ପଡ଼ିଥାଏ । ବଡ଼ କଥା ହେଉଛି ଭୁତୁଡ଼ା ପଞ୍ଚାୟତରେ ରହିଛି ଓଡ଼ିଶା ସରକାରଙ୍କ ‘କୁର୍ମିତର ଖଣ୍ଡାଧାର’ ଲୌହଖଣି । ଏଠାରୁ ହଜାର ହଜାର କୋଟି ରାଜସ୍ୱ ଯାଉଛି । ଲୋକଙ୍କ ବିକାଶ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ରହିଛି, ତଥାପି ବିକାଶ ଏଠାରେ ଅପହଞ୍ଚ । ସ୍ଥିତି ଏମିତି ଯେ ଅପପୁଷ୍ଟିର ଶିକାର ଗାଁର ସମସ୍ତ ଶିଶୁ  । 

ରାସ୍ତା ଅଭାବରୁ ଡାକ୍ତରଖାନା ଯାଇ ନପାରି ଘରେ ପ୍ରସବ କରି ପ୍ରସୂତି ଓ ନବଜାତକର ମୃତ୍ୟୁ ହୋଇ ଯାଇଥାଏ । ଗାଁର ଆଉ ଏକ ପ୍ରମୁଖ ସମସ୍ୟା ହେଉଛି ପାନୀୟଜଳ । ଗାଁ ନିକଟ ଜୀବନରେଖା ପାହାଡ଼ି ଝରଣା ‘କୁରାଢ଼ିନାଳ’ । ପିଇବା,ସ୍ନାନ ଓ ଶୌଚ ପାଇଁ ‘କୁରାଢ଼ିନାଳ’ ଉପରେ ଭରସା କରିଛନ୍ତି ଗ୍ରାମବାସୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe