କେନ୍ଦୁପତ୍ର ଡିଏଫଓ ନିତ୍ୟାନନ୍ଦ ନାୟକଙ୍କ ସରୁନି ସମ୍ପତିର ହିସାବ, ରାତି ସାରା ସମ୍ପତ୍ତି ହିସାବ କରି କରି ହାଲିଆ ଭିଜିଲାନ୍ସ ଅଧିକାରୀ

ରାତି ସାରା ସମ୍ପତ୍ତି ହିସାବ କରି କରି ହାଲିଆ ଭିଜିଲାନ୍ସ ଅଧିକାରୀ । ୧୧୫ ପ୍ଲଟ୍ ବ୍ୟାଙ୍କରୁ ମିଳିଲାଣି ୫୦ ଲକ୍ଷ ।

ହିସାବ କରି କରି ହାଲିଆ

ହିସାବ କରି କରି ହାଲିଆ Photograph: (Kanak News)

କନକ ବ୍ୟୁରୋ: ସମ୍ପତି ଖୋଜି ଖୋଜି ଭିଜିଲାନ୍ସ ଅଧିକାରୀ ହାଲିଆ। ସରୁନି ବାବୁଙ୍କ ସମ୍ପତ୍ତି ହିସାବ । କୁବେର ଡିଏଫଓଙ୍କ ଅମାପ ସମ୍ପତିର ହିସାବ କରି କରି ହାଲିଆ ହୋଇଗଲେଣି ଅଧିକାରୀ । ଯେତେ ଖୋଳିଲେ ସେତେ ବାହାରୁଛି । କାଲି ଠାରୁ କେନ୍ଦୁଝର ରେ ଡିଏଫଓ ନିତ୍ୟାନନ୍ଦ ନାଏକଙ୍କ ସରକାରୀ ବାସଭବନ ଓ ଅଫିସରେ ଭିଜିଲାନ୍ସ ଚଢାଉ କରିଛି । 

ଗତକାରି ରାତି ସାରା ଚାଲିଥିଲା ସମ୍ପତ୍ତି ହିସାବ । ତେବେ ବାବୁଙ୍କ ସରକାରୀ ବାସଭବନରୁ ନଗଦ ୮ ଲକ୍ଷ ୫୦ହଜାର ଟଙ୍କା ସହ ଏକ ବନ୍ଧୁକ ଜବତ କରାଯାଇଛି । ବହୁ ବ୍ୟାଙ୍କ ଖାତା ଓ ଜମିଜମା କାଗଜପତ୍ର ଜବତ କରିଛି । କାଗଜ ଯାଞ୍ଚରେ ତାଙ୍କ ୯ଟି ବ୍ୟାଙ୍କ ଖାତାରେ ୫୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଜମା ଥିବା ଜଣାପଡିଛି । ଛେଣ୍ଡିପଦାରେ ଏକ ଫାର୍ମ ହାଉସ ମିଳିଥିବା ସୁଚନା ମିଳିଛି । ଆଜି ବି ତଦନ୍ତ ଓ ଯାଞ୍ଚ ଜାରି ରଖିଛି ଭିଜିଲାନ୍ସ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe