କନକ ବ୍ୟୁରୋ: ସମ୍ପତି ଖୋଜି ଖୋଜି ଭିଜିଲାନ୍ସ ଅଧିକାରୀ ହାଲିଆ। ସରୁନି ବାବୁଙ୍କ ସମ୍ପତ୍ତି ହିସାବ । କୁବେର ଡିଏଫଓଙ୍କ ଅମାପ ସମ୍ପତିର ହିସାବ କରି କରି ହାଲିଆ ହୋଇଗଲେଣି ଅଧିକାରୀ । ଯେତେ ଖୋଳିଲେ ସେତେ ବାହାରୁଛି । କାଲି ଠାରୁ କେନ୍ଦୁଝର ରେ ଡିଏଫଓ ନିତ୍ୟାନନ୍ଦ ନାଏକଙ୍କ ସରକାରୀ ବାସଭବନ ଓ ଅଫିସରେ ଭିଜିଲାନ୍ସ ଚଢାଉ କରିଛି ।
ଗତକାରି ରାତି ସାରା ଚାଲିଥିଲା ସମ୍ପତ୍ତି ହିସାବ । ତେବେ ବାବୁଙ୍କ ସରକାରୀ ବାସଭବନରୁ ନଗଦ ୮ ଲକ୍ଷ ୫୦ହଜାର ଟଙ୍କା ସହ ଏକ ବନ୍ଧୁକ ଜବତ କରାଯାଇଛି । ବହୁ ବ୍ୟାଙ୍କ ଖାତା ଓ ଜମିଜମା କାଗଜପତ୍ର ଜବତ କରିଛି । କାଗଜ ଯାଞ୍ଚରେ ତାଙ୍କ ୯ଟି ବ୍ୟାଙ୍କ ଖାତାରେ ୫୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଜମା ଥିବା ଜଣାପଡିଛି । ଛେଣ୍ଡିପଦାରେ ଏକ ଫାର୍ମ ହାଉସ ମିଳିଥିବା ସୁଚନା ମିଳିଛି । ଆଜି ବି ତଦନ୍ତ ଓ ଯାଞ୍ଚ ଜାରି ରଖିଛି ଭିଜିଲାନ୍ସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/07/22/dfo-2025-07-22-09-39-16.jpg)