୧୦ ଦଫା ନେଇ କେନ୍ଦୁପତ୍ର ତୋଳାଳିଙ୍କ ବିକ୍ଷୋଭ ; ଘେରିଲେ ଡିଏଫଓଙ୍କ କାର୍ଯ୍ୟାଳୟ

୧୦ ଦଫା ଦାବି ନେଇ ରାଉରକେଲାରେ କେନ୍ଦୁପତ୍ର ତୋଳାଳିଙ୍କ ବିକ୍ଷୋଭ । ହଜାର ହଜାର ପୁରୁଷ ଓ ମହିଳା ପ୍ଲାକାର୍ଡ ଧରି ଘେରିଲେ ଡିଏଫଓଙ୍କ କାର୍ଯ୍ୟାଳୟ । ତୁରନ୍ତ ଦାବି ପୂରଣ ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ।

କେନ୍ଦୁପତ୍ର ତୋଳାଳି ବିକ୍ଷୋଭ

କେନ୍ଦୁପତ୍ର ତୋଳାଳି ବିକ୍ଷୋଭ Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: ୧୦ ଦଫା ଦାବି ନେଇ କେନ୍ଦୁପତ୍ର ତୋଳାଳୀଙ୍କ ବିକ୍ଷୋଭ । ରାଉରକେଲା କେନ୍ଦୁପତ୍ର ଡିଏଫ୍ଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବା ସହ ଅଫିସ ଘେରାଉ କରିଛନ୍ତି ବିକ୍ଷୋଭକାରୀ । ହଜାର ହଜାର ପୁରୁଷ ଓ ମହିଳା ହାତରେ ପ୍ଲାକାର୍ଡ ଧରି ନାରାବାଜି କରିବା ସହ ତୁରନ୍ତ କେନ୍ଦୁପତ୍ର ତୋଳାଳିଙ୍କ ସମସ୍ୟା ସମାଧାନ କରିବାକୁ ଦାବି କରିଛନ୍ତି l

ଏମାନଙ୍କ ଅଭିଯୋଗ ଖରା ତରାରେ ଆମେ କେନ୍ଦୁପତ୍ର ତୋଳୁଛୁ । ଏହି କାମ ବହୁତ୍ କଷ୍ଟକର। କେନ୍ଦୁପତ୍ରରୁ ସରକାର କୋଟି କୋଟି ଟଙ୍କାର ମୁନାଫା ପାଉଛନ୍ତି l ଦୀର୍ଘଦିନ ହେଲା ଆମେ ସରକାରଙ୍କୁ ଆମ ଦାବି ଜଣାଇ ଆସୁଛୁ କିନ୍ତୁ ଫଳ ଶୂନ୍‌ । ଯଦି ସରକାର ଆମ ଦାବି ପୂରଣ ନକରନ୍ତି ତାହାଲେ ରାଜରାସ୍ତାକୁ ଓହ୍ଲାଇବାର ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ।  ଏନେଇ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଚିନ୍ମୟ ମିଶ୍ର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe