କନକ ବ୍ୟୁରୋ: ଯାତାୟାତର ସୁବିଧା ପାଇଁ ବସ୍ ଷ୍ଟାଣ୍ଡ ନିର୍ମାଣ ଆରମ୍ଭ ହେଲା । ହେଲେ ବସ୍ ଷ୍ଟାଣ୍ଡରେ ଯାତ୍ରୀଙ୍କ ପାଇଁ କୌଣସି ସୁବିଧା ନାହିଁ। ଫଳରେ ବସ୍ ଷ୍ଟାଣ୍ଡକୁ ଆସିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି ଯାତ୍ରୀ ।
କାର୍ଯ୍ୟକ୍ଷମ ଅପେକ୍ଷାରେ ବସ୍ ଷ୍ଟାଣ୍ଡ
ଅବଧି ସରିଲା, ସରୁନି ନିର୍ମାଣ
ପ୍ରଭାବିତ ହେଉଛି ପରିବହନ
୨୦୨୩ରେ ପୌରସଂସ୍ଥା ସହାୟତାରେ ପୂର୍ତ୍ତ ବିଭାଗ ପକ୍ଷରୁ କେନ୍ଦ୍ରାପଡ଼ାରେ ଆରମ୍ଭ ହୋଇଥିଲା ବସ୍ଷ୍ଟାଣ୍ଡ । ୫ କୋଟି ୯୯ ଲକ୍ଷ ବ୍ୟୟରେ ଅତ୍ୟାଧୁନିକ ଶୈଳୀରେ ନିର୍ମାଣ ସ୍ବପ୍ନ ଦେଖାଇଥିଲା ବିଭାଗ । ହେଲେ ଚଳିତ ବର୍ଷ ଫେବ୍ରୁଆରିରୁ ଅବଧି ସରିବା ପରେ ବି ସରିପାରୁନି ସଂପୂର୍ଣ୍ଣ କାମ। ନୂଆ ବସ୍ଷ୍ଟାଣ୍ଡରେ ପିଇବା ପାଣି ବ୍ୟବସ୍ଥା ନାହିଁ କି ନାହିଁ ଶୌଚାଳୟ । ଅନ୍ୟପଟେ ନୂଆ କରିବା ଆଳରେ ୨ବର୍ଷ ତଳୁ ପୁରୁଣା ଶୌଚାଳୟ ଓ ନଳକୂପକୁ ଭାଙ୍ଗି ଦିଆଯାଇଛି । ଫଳରେ ଶୌଚ ପାଇଁ ନଈକୂଳକୁ ଯିବାକୁ ପଡ଼ୁଥିବା କହିଛନ୍ତି ମହିଳା ଯାତ୍ରୀ ।
 
ଯାତ୍ରୀଙ୍କ ପାଇଁ କୌଣସି ସୁବିଧା ନାହିଁ, କିନ୍ତୁ ଅସାମାଜିକଙ୍କୁ ସୁହାଉଛି । ବସଷ୍ଟାଣ୍ଡ ପରିସରରେ ମଦ ବୋତଲ ଗଡ଼ୁଛି । ଏନେଇ ବାରମ୍ବାର ଅଭିଯୋଗ ପରେ ବି କାହାରି ନଜର ପଡ଼ୁନି । ସେପଟେ ଜିଲ୍ଲା ପ୍ରଶାସନର ସେହି ଚିରାଚରିତ ଉତ୍ତର, ତୁରନ୍ତ ସମାଧାନ ହେବ । ତୁରନ୍ତ ବସ୍ ଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ ଦିଗରେ ପଦକ୍ଷେପ ନେବା ସହ ଆନୁସଙ୍ଗିକ ସୁବିଧା ଯୋଗାଇ ଦେବାକୁ ଦାବି ହୋଇଛି । 
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/09/26/kendrapara-2025-09-26-18-04-45.png)