କନକ ବ୍ୟୁରୋ : ପଟ୍ଟାମୁଣ୍ଡାଇ ଛାତ୍ରୀ ପୋଡ଼ି ହୋଇ ମୃତ୍ୟୁ ଘଟଣା , କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି କଲା ବିଜେଡି । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ । ସାମ୍ବାଦିକ ସମ୍ମିଳନୀ କରି ବିଜେଡି ବିଧାୟକ ଧ୍ରୁବ ସାହୁ ଓ ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ କହିଛନ୍ତି , କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଲକ୍ରେ ଅଭାବନୀୟ ଘଟଣା ଘଟିଲା । ଗତ ୩ ମାସ ଭିତରେ ଧାରାବାହିକ ଭାବେ ଏଭଳି ଘଟଣା ଘଟିଚାଲିଛି । ଏହା ପୁଲିସର ଅପାରଗତାକୁ ଦର୍ଶାଉଛି । ମୃତ ଛାତ୍ରୀ ବାପାଙ୍କ ସ୍ଟେଟ୍ମେଣ୍ଟରୁ ଜାଣିଲୁ ଯେ ୬ ମାସ ତଳେ ସେମାନେ ଥାନାକୁ ଯାଇଥିଲେ । କିନ୍ତୁ ଅଭିଯୋଗ ରଖିବା ବଦଳରେ ଏଏସ୍ଆଇ ଜଣଙ୍କ ତାଙ୍କୁ କହିଲେ ଯେ ନମ୍ଵର୍କୁ ବ୍ଲକ କରି ଫଟୋ ଡିଲିଟ୍ କରିଦିଅ । ତାର ପରିଣାମରେ ଆଜି ଝିଅଟିର ଜୀବନ ଚାଲିଗଲା । ପୁଲିସ ହେଲ୍ମେଟ୍ ଚେକ୍ କରୁଛି , କାହିଁକି ଅଭିଯୋଗ ରଖିଲା ନାହିଁ । ଘଟଣା ଘଟିବାର ୪ ଘଣ୍ଟା ପରେ ପୁଲିସ ପହଁଞ୍ଚିଲେ କାହିଁକି । ପୁଲିସ ଡିଜିପି ନିର୍ଦ୍ଦେଶ ଦେବେ କି ତଦନ୍ତ ପାଇଁ ? ସେ ପିଲା କିଏ, କାହିଁକି ଏଫ୍ଆଇଆର୍ ରଖାଗଲା ନାହିଁ । ଏ ସମସ୍ତ ଘଟଣା ତଦନ୍ତ ହେବା ଆବଶ୍ୟକ । ବିଗତ ଘଟଣା ଗୁଡ଼ିକରେ ପୁଲିସର ସମ୍ପୃକ୍ତି ରହିଛି , ସେମାନେ କି କାର୍ଯ୍ୟାନୁଷ୍ଠାନ ନେବେ । ନିଲମ୍ବନ କି ବଦଳି କଲେ ସମାଧାନ ହେବନି । ଆମେ କ୍ରାଇମ୍ବ୍ରାଞ୍ଚ ତଦନ୍ତ ପାଇଁ ଦାବି କରୁଛୁ ।
କେନ୍ଦ୍ରାପଡ଼ା ଛାତ୍ରୀ ମୃତ୍ୟୁ ଘଟଣା ; ପ୍ରେସ୍ମିଟ୍ କରି କ୍ରାଇମ୍ବ୍ରାଞ୍ଚ ତଦନ୍ତ ଦାବି କଲା ବିଜେଡି
ଛାତ୍ରୀ ପୋଡ଼ି ହୋଇ ମୃତ୍ୟୁ ଘଟଣା , କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି କଲା ବିଜେଡି । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ ।
/kanak/media/media_files/2025/08/07/44-2025-08-07-12-26-08.jpg)