କେନ୍ଦ୍ରାପଡ଼ା ଛାତ୍ରୀ ପୋଡ଼ି ଘଟଣା: ହତ୍ୟା ନା ଆତ୍ମହତ୍ୟା ତଦନ୍ତ ଚାଲିଥିବା କହିଲେ ଏସପି

ଛାତ୍ରୀଙ୍କ ମୃତ୍ୟୁ କିପରି ହେଲା? ତାଙ୍କୁ ହତ୍ୟା କରାଯାଇଛି ନା ସେ ପ୍ରେମରେ ଧୋକା ଖାଇବା ପରେ ଆତ୍ମହତ୍ୟା କରିଛନ୍ତି? ସମସ୍ତ ମନରେ ଏହି ପ୍ରଶ୍ନ ଉଠୁଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ହିଁ ଏହା ପଛର ରହସ୍ୟ ଖୋଲିବ।

66

Photograph: (kanak news)

କନକ ବ୍ୟୁରୋ: କଟକ ଏସସିବିରେ ହେବ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ। ଏଥିପାଇଁ ଏସସିବିକୁ ଗଲା ମୃତ ଛାତ୍ରୀଙ୍କ ଶବ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ପଛର ରହସ୍ୟ ଖୋଲିବ ବୋଲି କୁହାଯାଉଛି। ଛାତ୍ରୀଙ୍କ ମୃତ୍ୟୁ କିପରି ହେଲା? ତାଙ୍କୁ ହତ୍ୟା କରାଯାଇଛି ନା ସେ ପ୍ରେମରେ ଧୋକା ଖାଇବା ପରେ ଆତ୍ମହତ୍ୟା କରିଛନ୍ତି? ସମସ୍ତ ମନରେ ଏହି ପ୍ରଶ୍ନ ଉଠୁଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ହିଁ ଏହା ପଛର ରହସ୍ୟ ଖୋଲିବ। ନିଆଁରେ ପୋଡ଼ି ହୋଇ ବଡ଼ପଡ଼ା ମହାବିଦ୍ୟାଳୟର ଯୁକ୍ତି ତିନି ତୃତୀୟ ବର୍ଷ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। କିରାସିନ ଢାଳି ହୋଇ ନିଜକୁ ଜାଳି ଦେଇଥିବା ଅଭିଯୋଗ ହୋଇଛି। ଛାତ୍ରୀ ଜଳିଯିବା ଖବର ଆସିବା ପରେ ତୁରନ୍ତ ହସ୍ତକ୍ଷେପ କରିଛନ୍ତି ରାଜ୍ୟ ପୁଲିସ ଡିଜି। କେନ୍ଦ୍ରାପଡ଼ା ଏସପିଙ୍କୁ ତୁରନ୍ତ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ପାଇବା ପରେ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ଏସ୍‌ପି। ମୃତ ଛାତ୍ରୀଙ୍କ ବାପା-ମାଙ୍କୁ ପଚରାଉଚରା କରାଯାଇଛି। ସାଇଣ୍ଟିଫିକ୍ ଟିମ୍ ପହଁଚି ସରଜମିନ ତଦନ୍ତ କରିଛି। ଘଟଣାଟି ହତ୍ୟା ନା ଆତ୍ମହତ୍ୟା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କହିଛନ୍ତି କେନ୍ଦ୍ରାପଡା ଏସପି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe