କନକ ବ୍ୟୁରୋ : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ କୁରୁଣ୍ଟି ବାତ୍ୟା ଆଶ୍ରୟସ୍ଥଳରେ ଯୁବକଙ୍କୁ ହତ୍ୟା । ଘଟଣା ସ୍ଥଳରେ ତଦନ୍ତ କରୁଛି ସାଇଣ୍ଟିଫିକ୍ ଟିମ୍। କୁରୁଣ୍ଟି ଗାଁର ରଶ୍ମିରଂଜନ ପରିଡା ଙ୍କ ହତ୍ୟା ଘଟଣାର ତଦନ୍ତକୁ ଜୋରଦାର କରିଛି ପୋଲିସ। ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ଘଟଣା ସ୍ଥଳରେ ଡଗ୍ ସ୍କ୍ୱାର୍ଡ ପହଁଚିଛି । କରଶବର କେଳାଙ୍କ ସହ ପୁରୁଣା ଶତ୍ରୁତାକୁ ନେଇ ଗତକାଲି ସନ୍ଧ୍ୟାରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ଘଟଣା ସ୍ଥଳରେ ପୋଲିସ ପ୍ରାୟ ଦୁଇ କେଜି ଗଂଜେଇ ଜବତ କରିଥିବାରୁ ଚୋରା ମଦ ଓ ଗଂଜେଇ କରବାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ଚର୍ଚ୍ଚା ହେଉଛି । ଏନେଇ ରାଜନଗର ପୋଲିସ କୌଣସି ପ୍ରତିକ୍ରିୟା ରଖୁନାହାଁନ୍ତି।

Advertisment