୩୩ ବର୍ଷରେ ପଦାର୍ପଣ କରିଛି କେନ୍ଦ୍ରାପଡ଼ା: ସମୟ ବିତିଛି, ସରିନି ସମସ୍ୟା

Advertisment

୩୩ ବର୍ଷରେ ପଦାର୍ପଣ କରିଛି କେନ୍ଦ୍ରାପଡ଼ା ଜିଲ୍ଲା। ହେଲେ କେବଳ ସମୟ ବିତିଛି, କିନ୍ତୁ ଜିଲ୍ଲାର ସ୍ଥିତିରେ ସୁଧାର ଆସିପାରୁନି। ଆଜି ବି ସମସ୍ୟା ଘେରରେ କେନ୍ଦ୍ରାପଡ଼ା ଜିଲ୍ଲା। ଜିଲ୍ଲାର ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଶିଳ୍ପ ସବୁ ବିପର୍ଯ୍ୟସ୍ତ। କ୍ରାଇମ ଓ କ୍ରିମିନାଲ ପାଲଟିଛି ଜିଲ୍ଲାର ପରିଚୟ। 

୩୩ ବର୍ଷରେ ପଦାର୍ପଣ କରିଛି କେନ୍ଦ୍ରାପଡ଼ା ଜିଲ୍ଲା। ହେଲେ କେବଳ ସମୟ ବିତିଛି, କିନ୍ତୁ ଜିଲ୍ଲାର ସ୍ଥିତିରେ ସୁଧାର ଆସିପାରୁନି। ଆଜି ବି ସମସ୍ୟା ଘେରରେ କେନ୍ଦ୍ରାପଡ଼ା ଜିଲ୍ଲା। ଜିଲ୍ଲାର ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଶିଳ୍ପ ସବୁ ବିପର୍ଯ୍ୟସ୍ତ। କ୍ରାଇମ ଓ କ୍ରିମିନାଲ ପାଲଟିଛି ଜିଲ୍ଲାର ପରିଚୟ। 

FEFE

Photograph: (KANAK NEWS)

କନକ ବ୍ୟୁରୋ: ୩୩ ବର୍ଷରେ ପଦାର୍ପଣ କରିଛି କେନ୍ଦ୍ରାପଡ଼ା ଜିଲ୍ଲା। ହେଲେ କେବଳ ସମୟ ବିତିଛି, କିନ୍ତୁ ଜିଲ୍ଲାର ସ୍ଥିତିରେ ସୁଧାର ଆସିପାରୁନି। ଆଜି ବି ସମସ୍ୟା ଘେରରେ କେନ୍ଦ୍ରାପଡ଼ା ଜିଲ୍ଲା । ଜିଲ୍ଲାର ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଶିଳ୍ପ ସବୁ ବିପର୍ଯ୍ୟସ୍ତ। କ୍ରାଇମ ଓ କ୍ରିମିନାଲ ପାଲଟିଛି ଜିଲ୍ଲାର ପରିଚୟ। 

୩୨ ବର୍ଷ ତଳେ ଠିକ୍ ଆଜିର ଦିନରେ କେନ୍ଦ୍ରାପଡ଼ାକୁ ଜିଲ୍ଲାର ଶୁଭା ଉଦ୍ଦଘାଟନ  କରିଥିଲେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ । ନୂଆ ଜିଲ୍ଲା ହେବା ପରେ ବିକାଶ ନେଇ ଅନେକ କିଛି ଆଶା ଥିଲା । ହେଲେ ଆଜି ବି ଜିଲ୍ଲାର ଆଖି ଦୃଶିଆ ବିକାଶ ହୋଇପାରିନି। ସବ-ଡିଭିଜନ୍‌ ନାହିଁ କି ଜିଲ୍ଲାସ୍ତରୀୟ ଅନେକ କାର୍ଯ୍ୟାଳୟ ନାହିଁ। ଭଡ଼ା ଘରେ ଚାଲିଛି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ । ଶିକ୍ଷା, ସ୍ବାସ୍ଥ୍ୟ ସବୁ ବିପର୍ଯ୍ୟସ୍ତ । ସ୍କୁଲ ଅଛି ଶିକ୍ଷକ ନାହାନ୍ତି, ଜିଲ୍ଲାରେ ଗୋଟିଏ ହେଲେ ସରକାରୀ ମହାବିଦ୍ୟାଳୟ ନାହିଁ। ସ୍ବାସ୍ଥ୍ୟ କେନ୍ଦ୍ର ଗୁଡ଼ିକ ରେଫରାଲ୍‌ ସେଣ୍ଟର ପାଲଟିଛି। କାରଣ ଜିଲ୍ଲାରେ ଡାକ୍ତର ଅଭାବ ଲାଗି ରହିଛି। 

କୃଷି ପ୍ରଧାନ ଜିଲ୍ଲାରେ ଚାଷୀଙ୍କ ଉତ୍ପାଦ ସାଇତି ରଖିବା ପାଇଁ ଶୀତଳ ଭଣ୍ଡାର ନାହିଁ । ଝୋଟ ଗବେଷଣା କେନ୍ଦ୍ର ଅଛି, କିନ୍ତୁ ସରକାରୀ ଉଦାସୀନତା ହେତୁ ଝୋଟ ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ। ଶିଳ୍ପ ବି ଏଠି ପ୍ରହସନ । ଜିଲ୍ଲାରେ ଦାଦନ ଦୁଃଖ ସରୁନି । ଜିଲ୍ଲାରେ ଯେଉଁ ଗୋଟିଏ ରେଳପଥ ରହିଛି ତାହା ଯାତ୍ରୀ କମ୍ ମାଲ ପରିବହନ ପାଇଁ ଅଧିକ ଉଦ୍ଦିଷ୍ଟ। ଅବହେଳିତ ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା । କେବେ ଏହାର ବିକାଶ ଉପରେ ସରକାର ଦୃଷ୍ଟି ଦେବେ ତାକୁ ଏବେ ଅପେକ୍ଷା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe