କନକ ବ୍ୟୁରୋ: କନକ ନ୍ୟୁଜ ମହାପ୍ରଭାବ। ଖବର ବାଜିଲା, ପ୍ରଶାସନର ନଜର ପଡ଼ିଲା। ଅନାହାରରେ ଥିବା ବୁଲା ଗାଈଗୋରୁଙ୍କ ପାଖରେ ପହଁଚିଲା ଖାଦ୍ୟ। ବାତ୍ୟା ଦାନା ପରେ କେନ୍ଦ୍ରାପଡ଼ା ରାଜନଗର ବ୍ଲକ ସାତଭୟା ଅଂଚଳରେ ସମୁଦ୍ର ଜୁଆର ମାଡି ଯାଇଥିଲା । ଫଳରେ ଗୋ-ଖାଦ୍ୟ ସବୁ ନଷ୍ଟ ହୋଇଯାଇଥିଲା। ପ୍ରାୟ ୮ଶହରୁ ଅଧିକ ଗୋରୁ ସେଠାରେ ଅନାହାରରେ ରହିଥିଲେ । ୫୦ରୁ ଅଧିକ ଗୋରୁଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ପ୍ରସାରଣ କରିଥିଲା କନକ ନ୍ୟୁଜ। ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋରୁଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯାଇଛି । ଘାସ, ନଡ଼ା, କୁଟା ସହ ପିଇବା ପାଣି ନେଇ ବାଉଁଶଗଡ଼ ନଦୀ ପାର ହୋଇ ଗୋରୁଙ୍କୁ ଦେଇଛନ୍ତି।
କନକ ନ୍ୟୁଜ ମହାପ୍ରଭାବ: ଖବର ବାଜିବା ପରେ ଆକ୍ସନ ମୋଡରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ, ସାତଭାୟାରେ ବୁଲା ଗାଈଗୋରୁଙ୍କୁ ଯୋଗାଇ ଦେଲେ ଘାସ ଓ ପିଇବା ପାଣି
କନକ ନ୍ୟୁଜ ମହାପ୍ରଭାବ। ଖବର ବାଜିଲା, ପ୍ରଶାସନର ନଜର ପଡ଼ିଲା। ଅନାହାରରେ ଥିବା ବୁଲା ଗାଈଗୋରୁଙ୍କ ପାଖରେ ପହଁଚିଲା ଖାଦ୍ୟ। ବାତ୍ୟା ଦାନା ପରେ କେନ୍ଦ୍ରାପଡ଼ା ରାଜନଗର ବ୍ଲକ ସାତଭୟା ଅଂଚଳରେ ସମୁଦ୍ର ଜୁଆର ମାଡି ଯାଇଥିଲା ।