କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଅଧିକ ପ୍ରଭାବିତ ; ବାତ୍ୟା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

Advertisment

ବାତ୍ୟା ପରିବର୍ତ୍ତୀ ସ୍ଥିତିର ସମୀକ୍ଷା କଲେ ମୋହନ ମାଝି । କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଅଧିକ ପ୍ରଭାବିତ । ଭଦ୍ରକରେ ଜଳବନ୍ଦୀ ସମସ୍ୟା ଯୋଗୁଁ ବିଦ୍ୟୁତ ସରବରାହ ଯୋଗାଣରେ ବିଳମ୍ୱ । ଶିମିଳିପାଳରେ ବର୍ଷା ଯୋଗୁଁ ବୁଢାବଳଙ୍ଗରେ ଜଳସ୍ତର ବଢୁଛି ।

ବାତ୍ୟା ପରିବର୍ତ୍ତୀ ସ୍ଥିତିର ସମୀକ୍ଷା କଲେ ମୋହନ ମାଝି । କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଅଧିକ ପ୍ରଭାବିତ । ଭଦ୍ରକରେ ଜଳବନ୍ଦୀ ସମସ୍ୟା ଯୋଗୁଁ ବିଦ୍ୟୁତ ସରବରାହ ଯୋଗାଣରେ ବିଳମ୍ୱ । ଶିମିଳିପାଳରେ ବର୍ଷା ଯୋଗୁଁ ବୁଢାବଳଙ୍ଗରେ ଜଳସ୍ତର ବଢୁଛି ।

5CM

କନକ ବ୍ୟୁରୋ: ବାତ୍ୟା ପରେ କଲବଲ କରୁଛି ବନ୍ୟା । ମୁଖ୍ୟମନ୍ତ୍ରୀ ମୋହନ ମାଝି ବାତ୍ୟା ପରବର୍ତ୍ତୀ ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ବାତ୍ୟା “ଦାନା” ଦ୍ୱାରା କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି । ଏହିସବୁ ଜିଲ୍ଲା ଗୁଡିକରେ ଗଛ ପଡି ରାସ୍ତା ଅବରୋଧ ହେବା ସହ ବିଦ୍ୟୁତ୍ ସରବରାହରେ ବ୍ୟାଘାତ ଘଟିଥିଲା । ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ବାତ୍ୟା ଦ୍ୱାରା ପ୍ରଭାବିତ ୯୫ ପ୍ରତିଶତ ଉପଭୋକ୍ତା ମାନଙ୍କୁ ବିଦ୍ୟୁତ୍ ସଂଯୋଗ ଯୋଗାଇ ଦିଆଯାଇଛି । ପ୍ରାୟ ୧୫ ହଜାର ଉପଭୋକ୍ତା ବିଦ୍ୟୁତ୍ ସଂଯୋଗ ଅପେକ୍ଷାରେ ଅଛନ୍ତି । ଭଦ୍ରକରେ ଜଳବନ୍ଦୀ ସମସ୍ୟା ଯୋଗୁଁ ବିଦ୍ୟୁତ ସରବରାହରେ ବିଳମ୍ୱ ହେଉଛି । ବାଲେଶ୍ୱର ଜିଲ୍ଲାରେ ଆଜି ସନ୍ଧ୍ୟା ସୁଦ୍ଧା ବାକିଥିବା ସବୁ ରାସ୍ତା ଅବରୋଧ ହଟାଯାଇଛି । ପ୍ରାୟ ୮୧ ପ୍ରତିଶତ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ସଂଯୋଗ ଯୋଗାଇ ଦିଆଯାଇଅଛି ।  Power Restoration କାମ ଚାଲୁରହିଛି। 

ଶିମିଳିପାଳରେ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ବୁଢାବଳଙ୍ଗ ନଦୀର ଜଳସ୍ତରରେ ବୃଦ୍ଧି ଘଟୁଛି । ବାଲେଶ୍ୱର ଜିଲ୍ଲାରେ ୬ ଟି ଗ୍ରାମ ପଞ୍ଚାୟତର ୨୦ ଟି ଗ୍ରାମ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଅଛି । ମୟୂରଭଞ୍ଜ ଜିଲ୍ଲାରେ ବିଦ୍ୟୁତ୍ ସଂଯୋଗ ସ୍ୱାଭାବିକ ହୋଇଛି । ବୁଢାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ପ୍ରଶାସନ, ODRAF ଓ Fire Services ସମ୍ପୂର୍ଣ୍ଣ ରୂପେ ସଜାଗ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe