କନକ ବ୍ୟୁରୋ: କେନ୍ଦ୍ରାପଡ଼ାରେ ଭତ୍ତା ପାଇଁ ବୃଦ୍ଧ ଘୁଷୁଡ଼ି ଘୁଷୁଡ଼ି ଯିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଖବର ପ୍ରସାରଣ ପରେ ହସ୍ତକ୍ଷେପ କରିଛନ୍ତି ହାଇକୋର୍ଟ । ଏହାପରେ ତତ୍ପରତା ଦେଖାଇଛି ପ୍ରଶାସନ । ବୃଦ୍ଧଙ୍କ ଘରେ ପହଞ୍ଚି ଭତ୍ତା ଟଙ୍କା ଓ ହ୍ୱିଲଚେୟାର ଯୋଗାଇ ଦିଆଯାଇଛି ।କିନ୍ତୁ ପ୍ରଶ୍ନ ଉଠୁଛି, ଏଭଳି ଆଉ କେତେ ଘଟଣା ସାମନାକୁ ଆସିବା ପରେ ସରକାର ଏକ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରିବେ?
କେନ୍ଦ୍ରାପଡ଼ାର ୮୦ ବର୍ଷ ବୟସ୍କ ବୃଦ୍ଧ ଶ୍ରୀଧର ସାହୁ ଭତ୍ତା ପାଇଁ ଘୁଷୁଡ଼ି ଘୁଷୁଡ଼ି ଯିବା ଖବରକୁ ନେଇ ବିଭାଗୀୟ ମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ମାମଲାର ତର୍ଜମା ହେବ ଓ କାର୍ଯ୍ୟରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ହେଲେ ରାଜ୍ୟରେ ଗୋଟିଏ ଶ୍ରୀଧର ସାହୁଙ୍କ ସମସ୍ୟାର ସମାଧାନ ହୋଇଛି । ତାହା ବି ଗଣମାଧ୍ୟମରେ ଖବର ପ୍ରସାରଣ ଓ ଆଇନସେବା ପ୍ରାଧିକରଣର ହସ୍ତକ୍ଷେପ ପରେ । ସରକାରଙ୍କ ତଥ୍ୟ କହୁଛି, ରାଜ୍ୟରେ ଏବେ ୪ଲକ୍ଷ ୧୫ ହଜାରରୁ ଅଧିକ ୮୦ବର୍ଷରୁ ଅଧିକ ବୟସ୍କ ହିତାଧିକାରୀ ଭତ୍ତା ପାଉଛନ୍ତି । ଏଥିରୁ ଭିନ୍ନକ୍ଷମ ଓ ଅସୁସ୍ଥ ସଂଖ୍ୟା ଢ଼େର ଅଧିକ। ତେଣୁ ପ୍ରଶ୍ନ ଉଠୁଛି ,ଭିନ୍ନକ୍ଷମ, ବୟସ୍କ ଓ ଅସୁସ୍ଥଙ୍କ ସମସ୍ୟା କେବେ ବୁଝିବେ ସରକାର? ରାଜ୍ୟର ଅନ୍ୟ ଶ୍ରୀଧର ସାହୁଙ୍କ କଥା ବୁଝିବ କିଏ? ଚର୍ଚ୍ଚାକୁ ଆସିବା ଯାଏ କାହିଁକି ଅପେକ୍ଷା କରୁଛି ପ୍ରଶାସନ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/05/24/YoAegzD3QxiLs7GwlBZ2.jpg)