କନକ ବ୍ୟୁରୋ : ଉଠୁଛି ପଡୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ ମାହୋଲ । କେମିତି ଭୋଟରଙ୍କ ଭୋଟ୍‌ ହାତେଇବେ ନେତା ସେନେଇ ବଡ଼ ତୟାରୀ କରୁଛନ୍ତି । ଏହାରି ଭିତରେ ଆପ୍‌ ଯେଉଁପରି ଭାବରେ ଭଡାଟିଆଙ୍କ ଲାଗି ଯୋଜନା କଲାଣି ତାହାକୁ ନେଇ ଏବେ ଆଲୋଚନା । କାରଣ ଆପ୍‌ ଘୋଷଣା କରିଛି, ଯେଉଁମାନେ ଭଡ଼ାରେ ରହିଛନ୍ତି ସେମାନଙ୍କୁ ଫ୍ରିରେ ମିଳିବ ବିଜୁଳି । ଖାଲି ବିଜୁଳି ନୁହେଁ ବରଂ ଦିଲ୍ଳୀରେ ରହୁଥିବା ଭଡାଟିଆଙ୍କୁ ଫ୍ରିରେ ବିଜୁଳି ସହ ପାଣି ମିଳିବ । ଏନେଇ ବଡ ପ୍ରତିଶ୍ରୁତି ଦେଇଛନ୍ତି ଅରିବନ୍ଦ କେଜ୍ରିୱାଲ । କେଜ୍ରିୱାଲ କହିଛନ୍ତି, ଦିଲ୍ଳୀରେ ରହୁଥିବା ସମସ୍ତ ଭଡାଟିଆଙ୍କୁ ଫ୍ରିରେ ବିଜୁଳି ଓ ପାଣି ମିଳୁନାହିଁ । କିନ୍ତୁ ନିର୍ବାଚନ ପରେ ଯଦି ଆପ ସରକାର ଗଠନ କଲା ତେବେ ଭଡାଟିଆମାନଙ୍କ ଦୁଃଖ ଯିବ।  ସେମାନଙ୍କୁ ଫ୍ରିରେ ମିଳିବ ଇଲେକ୍ଟ୍ରି ଏବଂ ପାଣି । ସେ କହିଥିଲେ ଯେ ଏହି ଯୋଜନା ପୂର୍ବାଞ୍ଚଳ ସମାଜକୁ ବହୁତ ଲାଭ ଦେବ ।   

Advertisment

କିଛି ଦିନ ପୂର୍ବରୁ କେଜ୍ରିୱାଲ ଘୋଷଣା  କରିଥିଲେ ଆମ ଆଦମୀ ପାର୍ଟି  ନିର୍ବାଚନ ଜିତିଲେ ଡିଟିସି ବସ ମାନଙ୍କରେ  ଛାତ୍ରଛାତ୍ରୀଙ୍କୁ ଫ୍ରିରେ  ଯିବାଆସିବା ସୁବିଧା ମିଳିବ ।  ବିଜେପି ଗତକାଲି ତାର ସଂକଳ୍ପ ପତ୍ର ଜାରି କରିସାରିଛି ।  ସଂକଳ୍ପ ପତ୍ରରେ ଦିଲ୍ଲୀ ମହିଳାଙ୍କ ପାଇଁ ହାତ ଖୋଲି ଦେଇଥିଲା ବିଜେପି ।  ତେବେ ଏଠି ଗୋଟିଏ କଥା ସ୍ପଷ୍ଟ  ସୁବୁ ରାଜନୈତିକ ଦଳଙ୍କ ଫୋକସରେ ମହିଳା  ଭୋଟର।  ଯାହାଙ୍କୁ  ନିର୍ବାଚନ ସମୟରେ ଥୋପ  କରିଥାନ୍ତି  ରାଜନୈତିକ ଦଳ ।  ଖାଲି ବିଜେପି ନୁହେଁ ଆମ ଆଦମି ପାର୍ଟି , କଂଗ୍ରେସ ମଧ୍ୟ  ମହିଳା ଭୋଟରଙ୍କୁ ଦେଉଛନ୍ତି ପ୍ରାଧାନ୍ୟ ।   

ଏପଟେ ବିଜେପିକୁ କଡା ଆକ୍ଷେପ କରି କେଜ୍ରିୱାଲ  କହିଛନ୍ତି  ଆପ୍ କୁ ସହିପାରୁନି ଭାରତୀୟ ଜନତା ପାର୍ଟି । କାରଣ  ଆମ ଆଦମୀ ପାର୍ଟି ଉପରେ ହୋଇଥିବା ଡକ୍ୟୁମେଣ୍ଟାରୀଟି 'ଅନବ୍ରେକେବଲ୍'ର ସ୍କିନିଂକୁ  ବନ୍ଦ କରିଦେଇଥିଲା ବିଜେପି । ଡରୁଛି ବିଜେପି  ତେଣୁ ଆପ ଉପରେ ହୋଇଥିବା  ଫିଲ୍ମ କୁ ଅବୈଧ ଭାବେ  ବନ୍ଦ  କରିଦେଇଛି ଦଳ । ଏହି ଡକ୍ୟୁମେଣ୍ଟାରୀରେ  ପ୍ରଦର୍ଶିତ ହେବାକୁ ଥିଲା  ଯେ ଆପ କିପରି ବିଜେପିର ଷଡ଼ଯନ୍ତ୍ରର ସାମ୍ନା   କରିଥିଲା । ଜାଣି ଶୁଣି ଏପରି କରୁଛି ବିଜେପି ଏହା କହିଛନ୍ତି ଅରବିନ୍ଦ କେଜ୍ରିୱାଲ । ତେବେ ନିର୍ବାଚନ ସମୟରେ ଆରୋପ ପ୍ରତ୍ୟାରୋପ ତ ଏକ ସାଧାରଣ କଥା। ହେଲେ  କିଏ  ଦିଲ୍ଳୀ ବାସୀଙ୍କ ଦିଲ୍‌କୁ ଛୁଉଁଛନ୍ତି ଆଉ ସରକାର ଗଢୁଛନ୍ତି  ତାହା ଉପରେ ସମସ୍ତଙ୍କ ନଜର ।