କନକ ବ୍ୟୁରୋ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିକୁ ସାହାଯ୍ୟ କରିବାକୁ ଥିବା ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ଟାର୍ଗେଟ କରିଛନ୍ତି ଆପ ନେତା ଅରବିନ୍ଦ କେଜ୍ରିୱାଲ । ବିଜେପିର ସମସ୍ତ ସମର୍ଥକ ବିରୋଧୀ କାର୍ୟ୍ୟକ୍ରମକୁ କ’ଣ ଆରଏସଏସ ସମର୍ଥନ କରେକି ବୋଲି କେଜ୍ରିୱାଲ ଭାଗବତଙ୍କୁ ପ୍ରଶ୍ନ କରିଛନ୍ତି ।
ଫେବ୍ରୁଆରୀ ନିର୍ବାଚନ ପୂର୍ବରୁ ଖୁବ ଚାପରେ ଥିବା ଆପ ନେତା ଅରବିନ୍ଦ କେଜ୍ରିୱାଲ ଏବେ ଆରଏସଏସକୁ ଟାର୍ଗେଟ କରିବାକୁ ମଧ୍ୟ ପଛାଇନାହାନ୍ତି । ଆରଏସଏସ ସଂଗଠନ ସହାୟତାରେ ଉଭୟ ହରିୟାଣା ଓ ମହାରାଷ୍ଟ୍ର ନିର୍ବାଚନ ଜିତିବାକୁ ସକ୍ଷମ ହେଲା ବୋଲି କେଜଅିୱାଲ ଭଲ ଭାବରେ ଜାଣନ୍ତି ।ମାତ୍ର ଦିଲ୍ଲୀରେ ଏହାକୁ ସଫଳ ନକରାଇବା ଉଦ୍ଦେଶ୍ୟରେ ଆରଏସଏସକୁ ଟାର୍ଗେଟ କରିଛନ୍ତି ଆପ ମୁଖ୍ୟ ।
ଲଗାତାର ୩ଥର ଦିଲ୍ଲୀ ବିଧାନସଭା ନିର୍ବାଜଚନ ଜିତିଥିବା ଆପ ଓ ତାର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଏଥରକ ଚେକମେଟ ଦେବାକୁ ବିଜେପି ଚେଷ୍ଟାରେ ଅଛି । ସେଥିପାଇଁ ଆରଏସଏଓ ତୃଣମୁଳ ସ୍ତରରେ କାର୍ୟ୍ୟକ୍ରମକୁ ବିଜେପି ଭରସା କରିଛି । ଏହାଛଡା ଦୁର୍ନୀତି ମୁକ୍ତ ନେଇ କ୍ଷମତାକୁ ଆସିଥିବା କେଜ୍ରିୱାଲଙ୍କ ବିରୋଧରେ ଦୁର୍ନିତି ଅଭିଯୋଗକୁ ବିଜେପି ମୁଖ୍ୟ ପ୍ରସଙ୍ଗ କରିଛି ।
ଆପ ଓ କଂଗ୍ରେସର ମେଣ୍ଟ ସତ୍ବେ ବିଜେପି ଦିଲ୍ଲୀର ସମସ୍ତ ୭ଟି ଲୋକସଭା ଆସନ ଜିତିଥିଲା । ଏହାଛଡା ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ବେ ବିରୋଧୀଙ୍କୁ ମାତ ଦଇ ବିଜେପି ହରିଆଣା, ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ମଧ୍ୟ ଜିତିଛି । ଏହି ପରିପେକ୍ଷରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଯୁମନା ପାର ପାଇଁ ବିଜେପି ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା, ଆରଏସଏସ ସଂଗଠନ ଓ କେଜ୍ରିୱାଲଙ୍କୁ ଦୁର୍ନୀତିକୁ ପ୍ରସଙ୍ଗ କରିଛି । ଅନ୍ୟପକ୍ଷରେ ବହୁପ୍ରକାରର ଆର୍ଥିକ ସାହାଯ୍ୟକାରୀ ଯୋଜନାରେ ନିଜ ଲୋକପ୍ରିୟତା ବଜାୟ ରଖିବାକୁ ଆପ ଚେଷ୍ଟାରେ ଅଛି ।