‘ସାମ୍‌ନା’ ସମ୍ପାଦକୀୟରେ କେଜ୍ରିୱାଲ ଦୋଷମୁକ୍ତ ହେବା ରାଜ‌ନୈତିକ ପ୍ରତିଶୋଧପରାୟଣ ଉପରେ ଶକ୍ତ ଚାପଡ଼ା

Advertisment

ସମ୍ପାଦକୀୟ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ କୋର୍ଟ ଦୋଷମୁକ୍ତ କରିବାକୁ ରାଜନୈତିକ ପ୍ରତିଶୋଧ ପରାୟଣତା ଉପରେ ଶକ୍ତ ଚାପୁଡ଼ା ବୋଲି ଉଲ୍ଲେଖ କରିଛି । ଯେଉଁମାନେ କେଜ୍ରିୱାଲଙ୍କୁ ଫସେଇବାକୁ ଏହି ମାମଲା କରିଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁ‌ଷ୍ଠାନ ନେବାକୁ ଏଥିରେ ଦାବି କରାଯାଇଛି।

ସମ୍ପାଦକୀୟ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ କୋର୍ଟ ଦୋଷମୁକ୍ତ କରିବାକୁ ରାଜନୈତିକ ପ୍ରତିଶୋଧ ପରାୟଣତା ଉପରେ ଶକ୍ତ ଚାପୁଡ଼ା ବୋଲି ଉଲ୍ଲେଖ କରିଛି । ଯେଉଁମାନେ କେଜ୍ରିୱାଲଙ୍କୁ ଫସେଇବାକୁ ଏହି ମାମଲା କରିଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁ‌ଷ୍ଠାନ ନେବାକୁ ଏଥିରେ ଦାବି କରାଯାଇଛି।

Kejriwal

Kejriwal Photograph: (GOOGLE)

କନକ ବ୍ୟୁରୋ:  ଶିବସେନା (ୟୁବିଟି) ଶନିବାର ଏହାର ମୁଖପତ୍ର ‘ସାମ୍‌ନା’ର ସମ୍ପାଦକୀୟରେ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଦିଲ୍ଲୀ କୋର୍ଟଙ୍କ ନିଷ୍ପତ୍ତି ସମ୍ପର୍କରେ ପ୍ରକାଶ କରିଛି । ସମ୍ପାଦକୀୟ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ କୋର୍ଟ ଦୋଷମୁକ୍ତ କରିବାକୁ ରାଜନୈତିକ ପ୍ରତିଶୋଧ ପରାୟଣତା ଉପରେ ଶକ୍ତ ଚାପୁଡ଼ା ବୋଲି ଉଲ୍ଲେଖ କରିଛି । ଯେଉଁମାନେ କେଜ୍ରିୱାଲଙ୍କୁ ଫସେଇବାକୁ ଏହି ମାମଲା କରିଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁ‌ଷ୍ଠାନ ନେବାକୁ ଏଥିରେ ଦାବି କରାଯାଇଛି। ସାମ୍ନା ଏହାର ସମ୍ପାଦକୀୟରେ ଉଲ୍ଲେଖ କରିଛି ଯେ, ଅବକାରୀ ନୀତି ମାମଲାରେ ଅଭିଯୋଗ ରାଜ‌ନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ରହିଥିଲା । ଦିଲ୍ଲୀରେ ଆମ୍‌ ଆଦମୀ ପାର୍ଟିର ସରକାରକୁ ଗାଦିଚ୍ୟୁତ କରିବାକୁ ବିଜେପି ନେତା, ଦିଲ୍ଲୀ ଉପରାଜ୍ୟପାଳ ଓ ଇଡି, ସିବିଆଇ ପରି କେନ୍ଦ୍ରୀୟ ଏଜେନ୍ସି ଏହି ଷଡ଼ଯନ୍ତ୍ର କରିଥିଲେ । ସୂଚନାଯୋଗ୍ୟ, କେଜ୍ରିୱାଲ ଓ ମନିଷ ସିସୋଦିଆଙ୍କ ବ୍ୟତୀତ ୨୧ ଜଣଙ୍କୁ ଦିଲ୍ଲୀ କୋର୍ଟ ଗତକାଲି ନିର୍ଦ୍ଦୋଷରେ ଖଲାସ କରିଥିଲା। ସିବିଆଇର ମାମଲା ଫମ୍ପା ଥିବା ବୋଲି କୋର୍ଟ ତୀବ୍ର ଭର୍ତ୍ସନା କରି କହିଥିଲେ ବୋଲି ସମ୍ପାଦକୀୟରେ ଉଲ୍ଲେଖ ହୋଇଛି ।

ଅଧିକ ପଢନ୍ତୁ:  କେଜ୍ରିୱାଲଙ୍କୁ ମିଳିବ ଜେଡ୍‌ ପ୍ଲସ୍‌ ସୁରକ୍ଷା : ଜୀବନ ପ୍ରତି ଅଛି କି ବିପଦ ?

ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆପ୍‌ ସରକାରକୁ ଦୁର୍ନୀତିଗ୍ରସ୍ତ ଦେଖାଇବାକୁ କେଜ୍ରିୱାଲଙ୍କ ଘରେ ଚଢ଼ଉ କରିବା ଓ ତାଙ୍କୁ ଗିରଫ କରି ଜେଲରେ ରଖାଯାଇଥିଲା। ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ବାଧୀନ ଶିବାସେନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କଠାରୁ କ୍ଷମା ପ୍ରାର୍ଥନା ଦାବି କରିଛି। ମୋଦୀ ଓ ଶାହ କେଜ୍ରିୱାଲଙ୍କୁ କ୍ଷମା ମାଗନ୍ତୁ ଓ ଏହି ମାମଲା ତଦନ୍ତ କରୁଥିବା ଅଧିକାରୀଙ୍କୁ ବିରୋଧରେ ଦୃଢ଼ କାର୍ଯ୍ୟାନୁ‌ଷ୍ଠାନ ଗ୍ରହଣ କରନ୍ତୁ ବୋଲି ଶିବସେନା (ୟୁବିଟି) କହିଛି। ରାଜ‌ନୈତିକ ବିରୋଧୀଙ୍କୁ ଟାର୍ଗେଟ କରିବାକୁ ତଦନ୍ତକାରୀ ସଂସ୍ଥାଙ୍କୁ ବ୍ୟବହାର କରାଯାଉଛି ବୋଲି ସମ୍ପାଦକୀୟରେ ତୀବ୍ର ସମାଲୋଚନା କରି କୁହାଯାଇଛି। ମହାରାଷ୍ଟ୍ରରେ ବରି‌ଷ୍ଠ ରାଜନେତା ଛଗନ ଭୁଜବଲ, ଅନିଲ ଦେଶମୁଖ, ନୱାବ ମଲିକ ଓ ସଞ୍ଜୟ ରାଉତଙ୍କୁ ଏହିପରି ଗିରଫ କରାଯାଇଥିଲା ବୋଲି ଏଥିରେ କୁହାଯାଇଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କ ଅତିରିକ୍ତତା ଏବଂ କ୍ଷମତାରେ ଥିବା ଲୋକଙ୍କ ଦ୍ୱାରା ଗଣତାନ୍ତ୍ରିକ ଏବଂ ସାମ୍ବିଧାନିକ ମାନଦଣ୍ଡର ଉଲ୍ଲଂଘନ ରୋକିବାରେ ନ୍ୟାୟପାଳିକା ବିଫଳ ହେବାକୁ ନେଇ ମଧ୍ୟ ସମ୍ପାଦକୀୟରେ ସମାଲୋଚନା କରାଯାଇଛି।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe