କନକ ବ୍ୟୁରୋ: ଦିଲ୍ଲୀ ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ବହ୍ମୋସ୍ତ୍ର ପାଲଟିଛି ଯମୁନା ନଦୀ ପ୍ରସଙ୍ଗ । ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଯମୁନା ପାଣିରେ ଜହର ବୟାନ ତାଙ୍କ ପାଇଁ ଅଡୁଆ ସାଜିଛି । ସେପଟେ ବିରୋଧୀ ଆପକୁ ଲଗାତାର ଟାର୍ଗେଟ କରୁଛନ୍ତି । ବୁଧବାର ମୁଖ୍ୟ ନିର୍ବାଚନ କମିଶନଙ୍କୁ ବୟାନକୁ ନେଇ ଜବାବ ରଖିବା ପରେ ଆଜି  ଦିନ ୧୧ଟା ସୁଦ୍ଧା ପ୍ରମାଣ ଦେବାକୁ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ସମୟ ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ । 

Advertisment

ଯଦି ପ୍ରମାଣ ଦେବାରେ ବିଫଳ ହୁଅନ୍ତି ତେବେ ଆପ ମୁଖ୍ୟଙ୍କ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ଦିଲ୍ଲୀ ନିର୍ବାଚନ ପୂର୍ବରୁ ବଡ ପ୍ରସଙ୍ଗ ପାଲଟିଛି ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଯମୁନାରେ ଜହର ବୟାନ । ହରିୟାଣା ସରକାର ନଦୀ ପାଣିରେ ବିଷ ମିଶାଇ ଦିଲ୍ଲୀକୁ ଛାଡୁଥିବା ବୟାନ ଏବେ ତାଙ୍କ ପାଇଁ ବଡ ଅଡୁଆ ପାଲଟିଛି । କେଉଁ ଆଧାରରେ ଏଭଳି ବୟାନ ଦେଲେ କେଜିୱାଲ? ବିନା ପ୍ରମାଣରେ କିଭଳି ହରିୟାଣା ସରକାରଙ୍କ ଉପରେ ଅଭିଯୋଗ ଆଣିଲେ? ଏନେଇ ନିର୍ବାଚନ କମିଶନ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ସମ୍ଭାବନା ରହିଛି । 

ଯଦି ରାଜନୀତି ଓ ନିର୍ବାଚନ ଦୃଷ୍ଟିକୋଣରୁ ପ୍ରସଙ୍ଗ ଉପରେ ନଜର ପକାଇବା ହୁଏତ ଏକଥା ସ୍ପଷ୍ଟ ହୋଇଛି ଯେ, କେଜ୍ରିୱାଲ ଭୁଲ ସମୟରେ ଏଭଳି ବୟାନ ଦେଇ ନିଜ ପାଇଁ ନିଜ ବିପଦକୁ ଡାକିଛନ୍ତି । ମଦ ଦୁର୍ନୀତି, ମୋହଲ୍ଲା କ୍ଲିନିକ ସ୍କାମ ଓ ଅନ୍ୟାନ୍ୟ ଅଭିଯୋଗ ଘେରରେ ଫସି ଆପର ପୂର୍ବ ମୁଖ୍ୟମନ୍ତ୍ରୀ,ଉପମୁଖ୍ୟମନ୍ତ୍ରୀ ଓ ହେଭିୱେଟ ନେତାଙ୍କୁ ଇଡି, ସିବିଆଇ ଓ ଆଇଟି ଘାଣ୍ଟିଥିବାବେଳେ ଏବେ ଦଳ ଉପରେ ଲଦି ହୋଇଛି ନୂଆ ଅଭିଯୋଗ । ଯାହାର ମୁକାବିଲା କିଭଳି କରିବେ ତା ଉପରେ ସମସ୍ତଙ୍କ ନଜର ।

‘ଦିନ ୧୧ଟା ସୁଦ୍ଧା ପ୍ରମାଣ ଦିଅ’ 
-ଅରବିନ୍ଦ କେଜ୍ରିୱାଲଙ୍କୁ ମୁଖ୍ୟ ନିର୍ବାଚନ କମିଶନଙ୍କ ଚିଠି
-ଯମୁନା ନଦୀ ବିଷ ବୟାନକୁ ନେଇ ଠୋସ ପ୍ରମାଣ ଦେବାକୁ ନିର୍ଦ୍ଦେଶ
-ଆଜି ଦିନ ୧୧ଟା ପର୍ୟ୍ୟନ୍ତ ଡେଡଲାଇନ
-ବିଷ ପ୍ରମାଣ ନେଇ ଥିବା ଜଳ ବୋର୍ଡର ରିପୋର୍ଟ ଇସିଙ୍କ ଦେବାକୁ ନିର୍ଦ୍ଦେଶ
-ସମସ୍ତ ଉତ୍ତର ଠୋସ ପ୍ରମାଣ ସହ ଦେବାକୁ ନିର୍ଦ୍ଦେଶ
-ଦିଲ୍ଲୀ ଜଳ ବୋର୍ଡ କେବେ, କେଉଁ ଅଧିକାରୀଙ୍କ ଦ୍ବାରା ନଦୀ ପାଣି ଯାଞ୍ଚ କରିଥିଲେ 
-ହରିୟାଣା ସରକାର କେଉଁ ଭଳି ବିଷ ମିଶାଇଥିବା କ’ଣ ପ୍ରମାଣ ରହିଛି
-ବିଷର ମାତ୍ରା, ପ୍ରକୃତି, କେତେ କ୍ଷତିକାର ବୋଲି ପ୍ରମାଣ ରହିଛି
-ଯମୁନା ନଦୀର କେଉଁ ସ୍ଥାନରୁ ବିଷାକ୍ତ ପାଣି ମିଳିଛି