କନକ ନ୍ୟୁଜ : ଦିଲ୍ଲୀ ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟିର ପ୍ରତିଶ୍ରୁତି ବର୍ଷା । ଦିଲ୍ଲୀ ବିଧାନସଭା ପାଇଁ ଆପ ଜାରି କରିଛି ନିର୍ବାଚନୀ ଇସ୍ତାହାର । ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୧୫ଟି ଘୋଷଣା ପ୍ରକାଶ କରିଛନ୍ତି । ପାଣି ଠାରୁ ମେଟ୍ରୋ ପର୍ଯ୍ୟନ୍ତ ସୁବିଧା ପ୍ରକାଶ କରିଛନ୍ତି ଅରବିନ୍ଦ କେଜ୍ରିୱାଲ ।କେଜ୍ରିୱାଲ କହିଛନ୍ତି ଏହା ଆମର ଘୋଷଣା ପତ୍ର ନୁହେଁ ଏହା ଆମର ଗ୍ୟାରେଣ୍ଟି ।
ଆପର ‘ପନ୍ଦର’ ପ୍ରତିଶ୍ରୁତି
୧-ବୟସ୍କ ମାନଙ୍କ ପାଇଁ ସଂଜୀବନୀ ଯୋଜନା
୨-ପୂଜକ ଓ ଗ୍ରନ୍ଥିଙ୍କୁ ମାସିକ ୧୮ହଜାର ଭତ୍ତା
୩-ଅଟୋ,ରିକ୍ସା,ଟ୍ୟାକ୍ସି ଚାଳକଙ୍କ ଝିଅ ବାହାଘର ପାଇଁ ୧ଲକ୍ଷ ଆର୍ଥିକ ସହାୟତା
୪-ଏମାନଙ୍କ ସନ୍ତାନଙ୍କୁ ମାଗଣା କୋଚିଂ ଫି’ ଏବଂ ସ୍ବାସ୍ଥ୍ୟ ବୀମା
୫-ମାସକୁ ମହିଳାଙ୍କୁ ୨୧୦୦ଟଙ୍କା
୬-ପାଣି ଓ ବିଦ୍ୟୁତର ଭୁଲ ବିଲକୁ ଛାଡ କରାଯିବ
୭-ଯମୁନା ନଦୀର ପାଣିକୁ ନିର୍ମଳ କରାଯିବ
୮-୨୪ଘଣ୍ଟା ଘରେ ଘରେ ମିଳିବ ପାଣି
୯-ଗରିବ ପାଇଁ ନୂଆ ରାସନ କାର୍ଡ କରିବାର ସୁବିଧା ପ୍ରଦାନ
୧୦-ବସରେ ମହିଳାଙ୍କୁ ମାଗଣା ଯାତ୍ରା
୧୧-ଭଡ଼ାଟିଆଙ୍କୁ ମାଗଣା ପାଣି-ବିଜୁଳି
୧୨-ବିଦ୍ୟାର୍ଥୀଙ୍କ ପାଇଁ ଦିଲ୍ଲୀ ମେଟ୍ରୋରେ ୫୦ପ୍ରତିଶତ ରିହାତି
୧୩-ବିଦେଶରେ ଦଳିତ ଛାତ୍ରଙ୍କ ପାଠପଢ଼ା ଖର୍ଚ୍ଚ ବହନ କରାଯବ
୧୪-ବିଦେଶ ମଡେଲରେ ରାଜଧାନୀ ରାସ୍ତା ନିର୍ମାଣ
୧୫-ଘରୋଇ ସୁରକ୍ଷାକର୍ମୀଙ୍କୁ ଆର୍ଥିକ ସାହାଯ୍ୟ
ଦିଲ୍ଲୀ ନିର୍ବାଚନ ତାରିଖ ଯେତେ ଯେତେ ପାଖେଇ ଆସୁଛି ପ୍ରତିଦ୍ବନ୍ଦିତା ସେତେ ତିବ୍ରତର ହେଉଛି । ନୂଆ ନୂଆ ପ୍ରତିଶ୍ରୁତି ଜାରି କରୁଛନ୍ତି ୩ ପ୍ରମୁଖ ଦଳ ବିଜେପି – ଆପ ଓ କଂଗ୍ରେସ । ଦିଲ୍ଲୀ ଭୋଟରଙ୍କୁ ନେଇ ପୂର୍ବରୁ ଅନେକ ପ୍ରତିଶ୍ରୁତି ବର୍ଷା କରିସାରିଛନ୍ତି ୩ ଦିଳ ।