ପ୍ରତିଟି ରୋଷେଇ ଘରର ଏବଂ ଘରଣୀଙ୍କର ବଡ଼ ଚିନ୍ତା ହେଉଛି ଚାଉଳ ଡ଼ବାରୁ କେମିତି ପୋକ ବାହାର କରିବା? ହାଣ୍ଡିଶାଳରେ ଥିବା ଚାଉଳ ଡ଼ବାରେ କଳା , ଧଳା , ନାଲି ଏମିତି ବିଭିନ୍ନ ରଙ୍ଗର ପୋକ ଲାଗିବା ସାଧାରଣ କଥା । ତେବେ ଏହି ପୋକଙ୍କୁ ବାହାର କରିବା ବି କମ୍ କାଠିକର ପାଠ ନୁହେଁ । କିନ୍ତୁ ଯଦି ଘରୋଇ ଉପାୟ ଆପଣାଇବେ ତାହେଲେ ବିନା କ୍ୟାମିକାଲ୍ ବଟିକା ପ୍ରୟୋଗ କରି ମଧ୍ୟ ପୋକ ବାହାର କରାଯାଇପାରିବ । ଆଜି ଆସନ୍ତୁ ସେ ବିଷୟରେ କିଛି ଜାଣିବା । 

Advertisment

Bug Rice

ଚାଉଳରୁ ପୋକ ବାହାର କରିବା ପାଇଁ କଅଁଳିଆ ନିମ୍ବପତ୍ର , ରସୁଣ , ଲବଙ୍ଗ ଏବଂ ଗୋଲମରିଚ ବାଟି ଗୋଟିଏ ପେଷ୍ଟ୍ ତିଆରି କରନ୍ତୁ । ଏବେ ଏହି ପେଷ୍ଟକୁ ହାତରେ ଗୋଲାକାର ବଟିକାର ରୂପ ଦେଇ ଖରାରେ ଶୁଖାଇ ଦିଅନ୍ତୁ । ୨୪ ଘଣ୍ଟା ପରେ ଏହି ବଟିକାକୁ ଚାଉଳ ରଖୁଥିବା ଡ଼ବାରେ ରଖି ବିନା ଢାଙ୍କୁଣି ଦେଇ ଖରାରେ ପୁଣି ଶୁଖାଇ ଦିଅନ୍ତୁ । ଏଥିରେ ଚାଉଳରେ ପୋକ ଲାଗିବେ ନାହିଁ । 

Neem

ଚାଉଳ ଡ଼ବାରେ ଗୋଟା ଶୁଖିଲା ଲଙ୍କା ପକାଇ ଖୋଲାରେ ଖରା ତଳେ ରଖିଦିଅନ୍ତୁ । ଖରା ସାଙ୍ଗକୁ ଶୁଖିଲା ଲଙ୍କା ଯେକୌଣସି ଖାଦ୍ୟପଦାର୍ଥରୁ ପୋକକୁ ବାହାର କରିବା ପାଇଁ ରାମବାଣ ଔଷଧ ସାବ୍ୟସ୍ତ ହେବ । ଡ଼ବାରେ ୨ ରୁ ୩ ଟି ଦିଆସିଲି ବାକ୍ସର କାଠି ଢାଳି ଦିଅନ୍ତୁ । ଚାଉଳ ସହ ପ୍ରତିଟି କାଠି ଭଲ ଭାବରେ ବିଛେଇ ହେବା ଦରକାର । କାଠିକୁ କପଡ଼ାରେ ବାନ୍ଧିବାର ଆବଶ୍ୟକତା ନାହିଁ । ଏବେ ଏହି ଡ଼ବାକୁ ଖରାରେ ଶୁଖାଇ ଦିଅନ୍ତୁ । ସଙ୍ଗେ ସଙ୍ଗେ ପୋକ ବାହାରିପଡ଼ିବେ । ୩ ରୁ ୪ ଟି ଗୋଟା ହଳଦୀକୁ ପୋକ ହୋଇଥିବା ଚାଉଳ ଡ଼ବାରେ ପକାଇଦିଅନ୍ତୁ ଏବଂ ସେ ପର୍ଯ୍ୟନ୍ତ ଖରାରେ ଶୁଖିବାକୁ ଛାଡନ୍ତୁ ଯେପର୍ଯ୍ୟନ୍ତ ସବୁ ପୋକ ବାହାରି ନଆସିବେ । କିଛି ଘଣ୍ଟା ଭିିତରେ ଫରକ ଜାଣିପାରିବେ । ଚାଉଳରେ ଯଦି ଅଧିକ ପୋକ ହୋଇଯାଇଛି ତାହେଲେ ଗୋଟାଲୁଣ ବ୍ରହ୍ମାସ୍ତ୍ର ଭଳି କାମ କରିବ । କିଲେ ଚାଉଳରେ ୧୦୦ ଗ୍ରାମ୍ ଗୋଟାଲୁଣ ପକାଇ ଖରାରେ ରଖିଦିଅନ୍ତୁ , ପୋକ ବାହାରିଗଲା ପରେ ଚାଉଳକୁ ଭଲରେ ୪ ରୁ ୫ ଥର ଧୋଇଦେଲେ ଖାଦ୍ୟଉପଯୋଗୀ ହୋଇଯିବ । ବୋରିକ୍ ଏସିଡ୍ ପାଉଡରକୁ ଏକ ସୁତା କପଡ଼ାରେ ବାନ୍ଧି ଚାଉଳ ଡ଼ବାରେ ରଖି ଖରାରେ ଶୁଖାନ୍ତୁ । 

ବିରିଆନୀ କେମିତି ପ୍ରସ୍ତୁତ ହୁଏ ତ ଜାଣିଥିବେ , ବାସ୍ ସେହି ଟେକନିକ୍ ହିଁ ଏଇଠି ଆପ୍ଲାଏ କରିବାର ଅଛି । ୨ ରୁ ୩ ଟି ତେଜପତ୍ର ତଳେ ରଖି ତା’ ଉପରେ ଚାଉଳର ଲେୟର ଦିଅନ୍ତୁ ପୁଣି ଆଉଥରେ ତେଜପତ୍ର ରଖି ଲେୟର୍ ଦିଅନ୍ତୁ । ଗୋଟିଏ ଡ଼ବାରେ ଏମିତି ଲେୟର୍ ଲେୟର୍ କରି ତେଜପତ୍ର ରଖନ୍ତୁ ଆଉ ଖରାରେ ଶୁଖାନ୍ତୁ ପୋକ ବାହାରିଯିବେ । ଗୋଟା ଅଦା , ଗୋଟା ରସୁଣ ଚାଉଳ ଡ଼ବାରେ ପକାଇ ଖରାରେ ଶୁଖାନ୍ତୁ । ମନେରଖନ୍ତୁ ଖରାରେ ଶୁଖାଇବା ସମୟରେ ଢାଙ୍କୁଣି ଯେମିତି ପଡ଼ିନଥିବ ନହେଲେ ପୋକଙ୍କୁ ବାହାରକୁ ବାହାରିବାର ବାଟ ମିଳିବନି । ଡ଼ବାରେ ହିଁ ପୋକ ମରିଯିବେ , ଆଉ ଆପଣ ପୁଣି ପଚାରିବେ ମଲା ପୋକଙ୍କୁ ଚାଉଳରୁ କେମିତି କାଢିବୁ । ନେଟ୍ କପଡ଼ାରେ ୫୦ ରୁ ୧୦୦ ଗ୍ରାମ୍ ଲବଙ୍ଗ ବାନ୍ଧି ଚାଉଳ ଡ଼ବାର ଭିତରକୁ ରଖି କଭର୍ କରି ଖରାରେ ଶୁଖାଇଦିଅନ୍ତୁ ପୋକ ପଳେଇବେ ।