କନକ ବ୍ୟୁରୋ:  ଚର୍ଚ୍ଚାରେ ଲୋକପ୍ରିୟ ଟିଭି ଶୋ କୌନ ବନେଗା କରୋଡପତି । କେବିସିର ଏକ ସ୍ବତନ୍ତ୍ର ଏପିସୋଡରେ ଭାରତୀୟ ସେନାଧିକାରୀ କର୍ଣ୍ଣେଲ ସୋଫିଆ କ୍ୟୁରେସି,  ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ, ନୌସେନା ଅଧିକାରୀ ପ୍ରେରଣା ଦୋସ୍ଥାଲୀ ଙ୍କୁ ଦେଖିବାକୁ ମିଳିବ । ତେବେ ପ୍ରମୋ ରିଲିଜ ସହ ବିବାଦ ଛିଡା ହୋଇଛି ।

Advertisment

ସୋସିଆଲ ମିଡିଆ ୟୁଜରର୍ସ ଏହାକୁ ପସନ୍ଦ କରିନାହାଁନ୍ତି ଓ ଲୋକପ୍ରିୟତା ପାଇଁ ଟିଭି ଶୋରେ ସେନାଧିକାରୀଙ୍କୁ ଆଣିବା ଉଚିତ ନୁହେଁ ବୋଲି ମତାମତ ପ୍ରକାଶ ପାଉଛି । ସାମାରିକ କାର୍ଯ୍ୟାନୁଷ୍ଠାନକୁ ଟିଭି ଶୋରେ ପ୍ରକାଶ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ତର୍କ ଆରମ୍ଭ ହୋଇଛି । ଅଗଷ୍ଟ ୧୫ରେ ପ୍ରସାରିତ ହେବ ଏହି ସ୍ବତନ୍ତ୍ର ଏପିସୋଡ । ଯେଉଁଥିରେ ୩ଜଣ ସେନାଧିକାରୀଙ୍କ ସହ ବିଗ ବିଙ୍କୁ ଦେଖିବାକୁ ମିଳିବ । ଅପରେସନ ସିନ୍ଦୂର ପରେ ମିଡିଆ ବ୍ରିପିଂ କରିଥିଲେ କର୍ଣ୍ଣେଲ ସୋଫିଆ କ୍ୟୁରେସି,  ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ।