କନକ ବ୍ୟୁରୋ: ଉତ୍ତରପ୍ରଦେଶ କୌଶମ୍ବିର ଘଟଣା । ଏଠିକାର ଲଖନ୍ ମଙ୍ଗଲି ଏକ ହତ୍ୟା ଅଭିଯୋଗରେ ଜେଲ ଗଲେ । ସେଠାରେ ତାଙ୍କୁ ଆଜୀବନ କାରାଦଣ୍ଡ ଭାବେ ଦୀର୍ଘ ୪୮ ବର୍ଷ ସଜା କାଟିବାକୁ ପଡ଼ିଲା । ତା ଭିତରେ ତାଙ୍କୁ ମୁକୁଳାଇବାକୁ ତାଙ୍କ ପରିବାର ଅନେକ ଚେଷ୍ଟା କଲେ ବି କିଛି ଲାଭ ହେଲାନି । ପରିବାର ଲୋକ କିନ୍ତୁ ହାର ମାନିନଥିଲେ । ବରଂ ଲଗାତାର ଲଖନଙ୍କ ମୁକ୍ତି ପାଇଁ ଅପିଲ୍ କରିଆସୁଥିଲେ ।
ଲଖନଙ୍କୁ ଆସି ୧୦୩ ବର୍ଷ ହେଲାଣି । ବୟସକୁ ବିଚାର କରି ମାନବିକତା ଦୃଷ୍ଟିରୁ ତାଙ୍କୁ ମୁକ୍ତ କରିବାକୁ ଅପିଲ କରିଥିଲେ ପରିବାର । ଏହି ମାମଲାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଆଇନମନ୍ତ୍ରୀଙ୍କ ନଜରକୁ ଅଣାଯାଇଛି ଏବେ ତାଙ୍କର ଜେଲରୁ ମୁକ୍ତି , ଜିଲ୍ଲା ସେବା ପ୍ରାଧିକରଣର ବିଚାର ପରେ ସମ୍ଭବ ହୋଇଛି । ହେଲେ ଜେଲରୁ ମୁକ୍ତି ପରେ କିନ୍ତୁ ଲଖନଙ୍କ ମୁହଁରେ ଟିକେ ବି ଖୁସି ନାହିଁ ବରଂ ତାଙ୍କ ଆଖି ସଜଳ ହୋଇଯାଉଛି । କାରଣ ଗାଁର ତାଙ୍କ ସାଙ୍ଗସାଥୀଙ୍କ ମଧ୍ୟରୁ ଅନେକ ନାହାନ୍ତି ।ଏପରିକି ନିଜ ପରିବାରର ଅନେକ ମଧ୍ୟ ଆରପାରିକୁ ଚାଲିଗଲେଣି । ଏବେ ଯିଏ ଅଛନ୍ତି ସେମାନେ ଅଚିହ୍ନା । ଅଚିହ୍ନା ଚେହେରାଙ୍କ ଭିତରେ ନିଜକୁ ସହଜ ମନେକରୁନାହାଁନ୍ତି ଲଖନ୍ । ସବୁବେଳେ ଉଦାସରେ କଟୁଛି ତାଙ୍କ ସମୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/07/26/jail-release-2025-07-26-15-34-28.jpg)