କନକବ୍ୟୁରୋ : ଖୁସି ଖବର ଦେଲେ କ୍ୟାଟ୍ରିନା କେଫ୍ । ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଏବଂ ଭିକି କୌଶଳ ପିତାମାତା ହେବାକୁ ଯାଉଛନ୍ତି । ବହୁତ ଦିନ ଧରି ଏହି ଖବର ଚର୍ଚ୍ଚାରେ ଥିବାବେଳେ ଏବେ ଅଭିନେତ୍ରୀଙ୍କ ସ୍ବାମୀ ଏହା ଘୋଷଣା କରିଛନ୍ତି । ଏହାରି ମଧ୍ୟରେ ସେ ଦୁହେଁ ସୋସିଆଲ ମିଡିଆରେ ମଧ୍ୟ  ଏକ ଫଟୋ ସେୟାର କରିଛନ୍ତି । ଯାହା ଭାଇରଲ ହେବା ପରେ ସେମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

Advertisment

ସେୟାର କରିଥିବା ଫଟୋରେ କ୍ୟାଟ୍ରିନା ଧଳା ସ୍ଲିଭଲେସ୍ ଡ୍ରେସରେ ନଜର ଆସିଥିବା ମଧ୍ୟ ଦେଖାଦେଇଛି   ।  ମଙ୍ଗଳବାର ଦମ୍ପତି ଏନେଇ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ।

ଏହାକୁ ସେମାନଙ୍କ ଜୀବନର ସବୁଠୁ ଉତ୍ତମ ଅଧ୍ୟାୟ ବୋଲି କହିଛନ୍ତି  । ‘ଏକ୍ସ’ରେ ଏହି ଖବର ଦେବା ପରେ ବିଭିନ୍ନ ମହଲରୁ ସେମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟି ଥିଲା । ଜାହ୍ନବୀ କପୁର, ଜୋୟା ଅଖତାର, ଭୂମି ପେଦନେକର, ଆୟୁଷ୍ମାନ ଖୁରାନା, ସିଦ୍ଧାନ୍ତ ଚର୍ତୁବେଦୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।

ସୂଚନାଯୋଗ୍ୟ, ୨୦୨୧ ଡିସେମ୍ବରରେ କ୍ୟାଟ୍ରିନା ଓ ଭିକ୍କି ବିବାହ କରିଥିଲେ ।  ସେବେ ଠାରୁ ସେମାନେ ବଲିଉଡର ଏକ ଚର୍ଚ୍ଚିତ ଯୋଡ଼ି ହୋଇରହିଛନ୍ତି । ଏବେ କ୍ୟାଟ୍ରିନା ଗର୍ଭବତୀ ଖବର ସେମାନଙ୍କ ସମ୍ପର୍କକୁ ଅଧିକ ମଜଭୁତ କରିଛି ।