କନକ ବ୍ୟୁରୋ : ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଏବଂ ଅଭିନେତା ଭିକ୍କି କୌଶଲଙ୍କ ଶୀଘ୍ର ଖୁସି ଖବର ଆସିବାକୁ ଯାଉଛି । ବିବାହର ପ୍ରାୟ ୪ ବର୍ଷ ପରେ କ୍ୟାଟ୍ରିନା ମା’ ହେବାକୁ ଯାଉଛନ୍ତି । କ୍ୟାଟ୍ରିନା ଏବଂ ଭିକ୍କି ଏହି ଖୁସି ଖବରକୁ ପ୍ରଶଂସକମାନଙ୍କ ସହିତ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକ ଏବଂ ଷ୍ଟାରମାନଙ୍କର ଶୁଭେଚ୍ଛା ବାର୍ତ୍ତା ଆସିବା ଆରମ୍ଭ ହୋଇଗଲାଣି ।
କ୍ୟାଟ୍ରିନା କୈଫ୍ ଏବଂ ଭିକ୍କି କୌଶଲ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ସମୟ ପୂର୍ବରୁ ଏକ ଫଟୋ ସେୟାର କରି ଏହି ଖୁସିଖବରର ସୂଚନା ଦେଇଛନ୍ତି । ଦମ୍ପତି ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ କ୍ୟାଟ୍ରିନା ବେବି ବମ୍ପ ଫ୍ଲଣ୍ଟ୍ କରୁଥିବାର ନଜର ଆସୁଛନ୍ତି । ଏହି ପୋଷ୍ଟକୁ ସେୟାର କରିବା ସହିତ କ୍ୟାଟ୍ରିନା ଏବଂ ଭିକ୍କି ଲେଖିଛନ୍ତି, ଆମ ଜୀବନର ଅତିସୁନ୍ଦର ପୃଷ୍ଠା ଆଡ଼କୁ ଗତି କରୁଛୁ ଆପଣଙ୍କ ଆଶୀର୍ବାଦ ଏମିତି ସବୁବେଳେ ରହିଥାଉ । କ୍ୟାଟ୍ରିନା ଏବଂ ଭିକ୍କିଙ୍କ ଏହି ପୋଷ୍ଟ୍ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏଥିରେ କମେଣ୍ଟ କରି ୟୁଜର୍ସ ନୁହେଁ ଷ୍ଟାରମାନେ ମଧ୍ୟ ଦମ୍ପତିଙ୍କୁ ଅନେକ ଶୁଭେଚ୍ଛା ଦେଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/09/23/katrina-kaif-vicky-kaushal-2025-09-23-14-28-31.jpg)