କନକ ବ୍ୟୁରୋ: ଚିନ୍ତାରେ ଜାମ୍ମୁ କାଶ୍ମୀରର ପର୍ଯ୍ୟଟକ ବିଭାଗ । ଗତ ଚାରି ସପ୍ତାହ ମଧ୍ୟରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ହିଂସା ବୃଦ୍ଧି ଘଟିଛି । ଜମ୍ମୁ-କଶ୍ମୀରର ସୁରକ୍ଷା ସ୍ଥିତିକୁ ପ୍ରଭାବିତ କରିଛି, କିନ୍ତୁ ହିଂସାର ସବୁଠାରୁ ଖରାପ ପ୍ରଭାବ ପର୍ଯ୍ୟଟକ ଶିଳ୍ପ ଉପରେ ପଡ଼ିଛି । ହିଂସାକାଣ୍ଡ ଯୋଗୁଁ ବାତିଲ ହୋଇଥିବା ଗସ୍ତର ସଠିକ ସଂଖ୍ୟା ଶିଳ୍ପ ଜଗତର ବିଶେଷଜ୍ଞମାନେ ପ୍ରକାଶ କରୁନଥିବା ବେଳେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଡାଲ ହ୍ରଦରେ ଗତବର୍ଷ ତୁଳନାରେ ସନ୍ଧ୍ୟାରେ ପର୍ଯ୍ୟଟକଙ୍କ ସଂଖ୍ୟା କମ୍ ଦେଖିବାକୁ ମିଳୁଛି । ହ୍ରଦ ଉପରେ ସବାରୀ ଡଙ୍ଗା ଚଳାଉଥିବା ଲୋକଙ୍କ କହିବା ଅନୁଯାୟୀ, ପ୍ରଥମେ ନିର୍ବାଚନ ଓ ଏବେ ହିଂସାକାଣ୍ଡ ଯୋଗୁଁ ପର୍ୟ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଛି । ନିର୍ବାଚନ ଓ ପରେ ହିଂସାକାଣ୍ଡ ଯୋଗୁଁ ଲୋକମାନେ ଭୟଭୀତ ହୋଇପଡ଼ିଥିଲେ, ଯେଉଁ କାରଣରୁ ପର୍ଯ୍ୟଟକଙ୍କ ସଂଖ୍ୟା  ହ୍ରାସ ପାଉଛି । ଡାଲ ହ୍ରଦ ସବାରୀ ଡଙ୍ଗା ସଂଘ ପକ୍ଷରୁ କୁହାଯାଇଛି ଅକ୍ଟୋବର-ନଭେମ୍ବର ମାସରେ ପୂଜା ଛୁଟିରେ ଅନେକ ଲୋକ କାଶ୍ମୀରକୁ ଆସୁଥିଲେ, କାରଣ ସେମାନଙ୍କୁ ଯିବାର ସୁଯୋଗ ମିଳିଥାଏ । କିନ୍ତୁ ପର୍ଯ୍ୟଟନ ସ୍ଥଳକୁ ନେଇ ଅନେକ ଆତଙ୍କବାଦୀ ହିଂସାକାଣ୍ଡ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ଜମ୍ମୁ-କଶ୍ମୀର ହୋଟେଲ ଆସୋସିଏସନର ସମ୍ପାଦକ ତାରିକ୍ ଘନି କହିଛନ୍ତି, ଯେଉଁସ୍ଥାନରେ ହିଂସାର ଆଶଙ୍କା ରହିଛି, ସେଠାକୁ କିଏ ଆସିବାକୁ ଚାହିଁବ ? ଲୋକମାନେ ମଜା କରିବାକୁ ଆସିବେ ଏବଂ ଯଦି ପରିସ୍ଥିତି ଖରାପ ହେବ, ତେବେ ଲୋକମାନେ କାହିଁକି ଆସିବେ । ବ୍ୟବସାୟୀମାନେ ସରକାରଙ୍କୁ ନିବେଦନ କରି କହିଛନ୍ତି ସରକାରଙ୍କ ସହାୟତା ଦରକାର ନହେଲେ ଆମେ ମାନେ ପ୍ରଭାବିତ ହେବୁ । 

Advertisment
  • ସରକାରଙ୍କଠାରୁ ପର୍ୟ୍ୟଟନ ଶିଳ୍ପର ଆଶା 
  • ଜୁନ୍ ମାସରେ ୩,୧୧୯ ଜଣ ବିଦେଶୀ ପର୍ୟ୍ୟଟକଙ୍କୁ ମିଶାଇ ସମୁଦାୟ ୩ଲକ୍ଷ୭୮ ହଜାର  ପର୍ୟ୍ୟଟକ ଆସିଥିଲେ 
  • ଜୁଲାଇରେ ପର୍ଯ୍ୟଟକଙ୍କ ସଂଖ୍ୟା ରେକର୍ଡ ବୃଦ୍ଧି ପାଇଥିବା ବେଳେ ୨୭୪୦ ବିଦେଶୀ ପର୍ୟ୍ୟଟକଙ୍କୁ ମିଶାଇ ୫ଲକ୍ଷ୨୬ହଜାର,୪୬୫ଜଣ ପର୍ୟ୍ୟଟକ ଆସିଛନ୍ତି।
  • ଅଗଷ୍ଟମାସରେ ୩ଲ୪ ୩୯ହଜାର ୫୩୯ଜଣ ପର୍ୟ୍ୟଟକ ଆସିଥିଲେ ।
  • ପୂଜା ଛୁଟି ସତ୍ତ୍ୱେ ଅକ୍ଟୋବର ମାସ ଓ  ନଭେମ୍ବର ମାସରେ ଏହି ସଂଖ୍ୟା ହ୍ରାସ ପାଇଛି।
  • ଅକ୍ଟୋବର ମାସରେ ହୋଇଥିବା ନିର୍ବାଚନରେ ଏହି ସଂଖ୍ୟା ହ୍ରାସ ପାଇଥିବା ବେଳେ ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ପାଇଁ ମଧ୍ୟ ଦାୟୀ ବୋଲି ଅଧିକାରୀମାନେ କହିଛନ୍ତି।