କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଲାଞ୍ଚ ନେବା ବେଳେ ଜେଇଙ୍କୁ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ । ରାୟଗଡା କାଶୀପୁର ବ୍ଳକର ଜୁନିୟର ଇଞ୍ଜିନିୟର ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଛି । 

ମନେରଗାରେ ୭ ଲକ୍ଷ ଟଙ୍କାର କାମ ପାଇଁ ଠିକାଦାରଙ୍କୁ ୬୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଜେଇ । ଆଗୁଆ ୩୦ ହଜାର ଟଙ୍କା ଦେବାକୁ କହିଥିଲେ । ତେବେ ଠିକାଦାରଙ୍କଠାରୁ ୨୫ ହଜାର ଟଙ୍କା ନେବା ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଥିଲା । ତେବେ ଲାଞ୍ଚ କାରବାରରେ କେତେ ସମ୍ପତ୍ତି ଠୁଳ କରିଛନ୍ତି ପୂର୍ଣ୍ଣଚନ୍ଦ୍ର । ତାର ତଦନ୍ତ ଆରମ୍ଭ ହୋଇଛି । ଅଫଇସ ସମେତ ଘରେ ଚଢ଼ାଉ କରି ନଗଦ ୧୫ ଲକ୍ଷ ଟଙ୍କା ଓ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ ଟିମ୍ ।