ପରମ୍ପରା ନାଁରେ ପ୍ରଦୂଷଣ; ବଢ଼ିଚାଲିଛି ମୃତ୍ତିକା ଓ ଜଳ ପ୍ରଦୂଷଣ

ଓଡ଼ିଆ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବାକୁ ପ୍ରୟାସ ସମସ୍ତଙ୍କର । ସେଥିପାଇଁ ଦୁଇଦିନ ପୂର୍ବରୁ ବଜାରରେ ନାନା ରକମର ଡଙ୍ଗା ବିକ୍ରି ହୋଇଛି । କିଏ ସୋଲ ଡଙ୍ଗା କିଣିଛନ୍ତି ତ ଆଉ କିଏ କାଗଜ ଡଙ୍ଗା । ଅଧିକ ଲୋକ କିଣିଛନ୍ତି ଥର୍ମୋକୁଲ ଡଙ୍ଗା ।

Thermocol Boats

Thermocol Boats Photograph: (Kanak News)

କନକ ବ୍ୟୁରୋ : ଆ କା ମା ବୈ, ପାନ ଗୁଆ ଥୋଇ.... ଆଜି ସକାଳୁ ସକାଳୁ ସବୁ ତୀର୍ଥ ପୁଷ୍କରିଣୀ ନିକଟରେ ଶୁଣିବାକୁ ମିଳୁଛି ଏହି ଗୀତ । ଆଜି ପୁଣ୍ୟ ମାସ କାର୍ତ୍ତିକର ଶେଷ ଦିନ କାର୍ତ୍ତିକ ପୂର୍ଣ୍ଣିମା । ବଡ଼ି ଭୋରରୁ ସମସ୍ତେ ଡଙ୍ଗା ଧରି ସେଥିରେ ଗୁଆ ପାନ ଫୁଲ ଭୋଗ ଥୋଇ ନଈ, ପୋଖରୀ, ସମୁଦ୍ରରେ ଭସାଇଛନ୍ତି ।

ଓଡ଼ିଆ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବାକୁ ପ୍ରୟାସ ସମସ୍ତଙ୍କର । ସେଥିପାଇଁ ଦୁଇଦିନ ପୂର୍ବରୁ ବଜାରରେ ନାନା ରକମର ଡଙ୍ଗା ବିକ୍ରି ହୋଇଛି । କିଏ ସୋଲ ଡଙ୍ଗା କିଣିଛନ୍ତି ତ ଆଉ କିଏ କାଗଜ ଡଙ୍ଗା । ଅଧିକ ଲୋକ କିଣିଛନ୍ତି ଥର୍ମୋକୁଲ ଡଙ୍ଗା । ଆକର୍ଷଣୀୟ ଡିଜାଇନ୍ ଓ ରଙ୍ଗ ପ୍ରତି ଆକୃଷ୍ଟ ହୋଇ କିଣିଛନ୍ତି ଓ ଜଳାଶୟରେ ଭସାଇ ଧର୍ମ ଅର୍ଜନ କରିଛନ୍ତି ଶ୍ରଦ୍ଧାଳୁ । ଏଥିପାଇଁ ପ୍ରତି ଜଳାଶୟ ଚାରିପାଖରେ ଭାସୁଛି ଏହି ଥର୍ମୋକୁଲ ଡଙ୍ଗା ।

ଅଧିକ ପଢ଼ନ୍ତୁ : ଆଜି ଜମିବ ବାଲିଯାତ୍ରା, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଆଉ ପରେ କୂଳରେ ପଡ଼ି ପଡ଼ି ଆବର୍ଜନା ସୃଷ୍ଟି ହେବ । ମାଟିରେ ମିଶୁ ନ ଥିବାରୁ ମାଟିରେ ପୋତି ହେଇଯିବ ସିନା କିନ୍ତୁ ଜଳ ପ୍ରଦୂଷଣ କରିବ । ଗୋଟେ ପଟେ ପରିବେଶ ସୁରକ୍ଷା ପାଇଁ ସରକାର ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଜାରି କରିଛନ୍ତି । ଅନ୍ୟପଟେ ବେଧଡ଼କ ବ୍ୟବହାର ହେଉଛି ଥର୍ମୋକୁଲ । ଭୋଜିରେ ଏଥିରେ ପ୍ରସ୍ତୁତ ଥାଳି, ଦନା ବ୍ୟବହୃତ ହେଉଛି ।

ଆଉ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ବ୍ୟବହାର ପରେ ଫିଙ୍ଗି ଦିଆଯାଉଛି, ଫଳରେ ବଢ଼ି ଚାଲିଛି ପ୍ରଦୂଷଣ । ପୋତି ହେବା ପରେ ମାଟିରେ ମିଶୁନଥିବାରୁ ମାଟିର ମାନ ଖରାପ କରି ଚାଲିଛି ଏହି ଥର୍ମୋକୁଲ । ଆମର ପରମ୍ପରା ରହିଛି କଦଳୀ ପାଟୁଆର ଡଙ୍ଗା ଭସା, ଯାହା ସହଜରେ ମାଟିରେ ମିଶିଯାଏ । ସେମିତି ସୋଲ ଗଛରୁ ତିଆରି ଡଙ୍ଗା ମଧ୍ୟ ପରିବେଶ ପାଇଁ ଭଲ । କିନ୍ତୁ ଥର୍ମୋକୁଲରେ ତିଆରି ଡଙ୍ଗା ପରିବେଶ ପାଇଁ କ୍ଷତିକାରକ । ଲୋକେ ଏସବୁ ଜାଣି ମଧ୍ୟ ଅସଂଖ୍ୟ ଥର୍ମୋକୁଲ୍ ଡଙ୍ଗା ଭସାଇଛନ୍ତି ଆଜି । ନଈ ପୋଖରୀରେ ଥାର୍ମୋକୁଲର ଆସ୍ତରଣ ବସିଯାଇଛି । ଲୋକେ ଜାଣି ଶୁଣି ଧର୍ମ ଓ ପରମ୍ପରା ନାମରେ ପ୍ରଦୂଷଣ କରିବାକୁ ପଛାଇ ନାହାଁନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe