କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟର୍‌ ଲରେନ୍ସ ବିଷ୍ଣୋଇକୁ ଗୁଳି କଲେ ମିଳିବ ଏକ କୋଟିରୁ ଅଧିକ ପୁରସ୍କାର  ରାଶି । ସାରା ଦେଶରେ ଆତଙ୍କ ଖେଳାଇଥିବା ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇକୁ ମାରିବା ପାଇଁ ବଡ଼ ଅଫର ଦିଆଯାଇଛି । ବିଷ୍ଣୋଇକୁ ଯିଏ ଏନ୍‌କାଉଣ୍ଟର କରିବ ତାକୁ ମିଳିବ କୋଟିଏ ଟଙ୍କା । ଏଭଳି କିଛି ପୁରସ୍କାର ରାଶି ଘୋଷଣା କରିଛନ୍ତି ଗୁଜରାଟ କ୍ଷେତ୍ରୀୟ କରଣୀ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ । ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା ଏବଂ ଅଭିନେତା ସଲମାନ ଖାନ୍‌ଙ୍କୁ ଧମକ ପରଠାରୁ ଚର୍ଚ୍ଚାରେ ରହିଛି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ । ଏହାରି ଭିତରେ ଯେଉଁ ପୁଲିସକର୍ମୀ ଲରେନ୍ସ ବିଷ୍ଣୋଇଙ୍କୁ ଏନ୍‌କାଉଣ୍ଟର କରିବେ ତାଙ୍କ ପାଇଁ ବଡ଼ ପୁରସ୍କାର ରାଶି ଘୋଷଣା ହୋଇଛି । କରଣୀ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡଃ. ରାଜ ଶେଖାବତ ୧ କୋଟି ୧୧ ଲକ୍ଷ ୧୧ ହଜାର ୧୧୧ ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ରାଜ ଶେଖାବତ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଜାରି କରିଛନ୍ତି ।