କନକ ବ୍ୟୁରୋ: ଘରୋଇ କର୍ଣ୍ଣାଟକ ଓ ଜମ୍ମୁ କାଶ୍ମୀର ମଧ୍ୟରେ ରଣଜୀ ଟ୍ରଫିର ୨୦୨୫-୨୬ ଋତୁ ଫାଇନାଲ୍ ମଙ୍ଗଳବାରଠାରୁ ସ୍ଥାନୀୟ କେଏସ୍ସିଏ ଷ୍ଟାଡିୟମ୍ରେ ଆରମ୍ଭ ହୋଇଛି । ପ୍ରଥମ ଥର ଫାଇନାଲ୍ ଆସିଥିବା ଜମ୍ମୁ ଓ କାଶ୍ମୀର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ସେମିଫାଇନାଲ୍ ମୁକାବିଲା ଦଳରେ କର୍ଣ୍ଣାଟକ କୌଣସି ପରିବର୍ତନ କରିନଥିବାବେଳେ ଭ୍ରମଣକାରୀ ଜମ୍ମୁୂ ଓ କାଶ୍ମୀର ୨ଟି ପରିବର୍ତନ ସହ ପଡ଼ିଆକୁ ଓହ୍ଲାଇଛି । ଶୁଭମନ ଖଜୁରିଆ ଓ ଭିବ୍ରାନ୍ତ ଶର୍ମାଙ୍କ ବଦଳରେ ସାହିଲ ଲୋଟ୍ରା ଓ କାମରାନ୍ ଇକ୍ବାଲଙ୍କୁ ସୁଯୋଗ ମିଳିଛି । କର୍ଣ୍ଣାଟକ ପଞ୍ଚଦଶ ଥର ପାଇଁ ଫାଇନାଲ୍ ଉଠିଥିବାବେଳେ ନବମ ଥର ରଣଜୀ ଟ୍ରଫି ଜିତିବା ଆଶାରେ ରହିଛି । ଜମ୍ମୁ କାଶ୍ମୀର କିନ୍ତୁ ପ୍ରଥମ ଫାଇନାଲ୍ ପ୍ରବେଶରେ ଟାଇଟଲ୍ ହାସଲ କରି ନୂଆ ଇତିହାସ ରଚିିବ ବୋଲି ସ୍ବପ୍ନ ଦେଖିଛି । ରଣଜୀ ଟ୍ରଫି ଇତିହାସରେ ଦୁଇ ରାଜ୍ୟ ପରସ୍ପରକୁ ୪ ଥର ଭେଟିଥିଲେ ମଧ୍ୟ କର୍ଣ୍ଣାଟକ ପ୍ରତିଥର ବାଜି ମାରି ନେଇଥିଲା ।ଶେଷ ଖବର ମିଳିବା ବେଳକୁ ଜମ୍ମୁ କଶ୍ମୀର ୧୭ ଓଭରରେ ୧ ୱିକେଟ୍ ହରାଇ ୪୮ ରନ୍ କରିଥିଲା । କାମରାନ୍ ଇକ୍ବାଲଙ୍କ ୱିକେଟ୍ ଦଖଲ କରିଛନ୍ତି ପ୍ରସିଦ୍ଧ କୃଷ୍ଣ ।
ଏହା ବି ପଢ଼ନ୍ତୁ: ଯେବେ ସଚିନ ରଚିଥିଲେ ଇତିହାସ, ଦିନିକିଆକୁ ଦେଖାଇଥିଲେ ପ୍ରଥମ ଦ୍ବିଶତକ
କର୍ଣ୍ଣାଟକ ଏକାଦଶ: କେଏଲ୍ ରାହୁଲ, ମୟଙ୍କ ଅଗ୍ରୱାଲ, ଦେବଦତ୍ତ ପଡ଼ିକଲ (ଅଧିନାୟକ), କରୁଣ ନାୟାର, ସ୍ମରଣ ରବିଚନ୍ଦ୍ରନ, ଶ୍ରେୟସ ଗୋପାଳ, କୃତ୍ତିକ କୃଷ୍ଣ (ୱିକେଟରକ୍ଷକ), ବିଦ୍ୟାଧର ପାଟିଲ, ବିଜୟ କୁମାର ବୈଶାକ, ଶିଖର ସେଟ୍ଟୀ, ପ୍ରସିଦ୍ଧ କୃଷ୍ଣ ।
ଜମ୍ମୁ ଓ କାଶ୍ମୀର ଏକାଦଶ: କାମରାନ୍ ଇକ୍ବାଲ୍, ୟାୱେର ହାସନ୍, ଶୁଭମନ ପୁନ୍ଦିର, ପାରାସ ଡୋଗ୍ରା (ଅଧିନାୟକ), ଅବଦୁଲ ସମାଦ, କହ୍ନେୟା ୱାଧୱାନ (ୱିକେଟରକ୍ଷକ), ଅବିଦ ମୁସ୍ତାକ, ଆକ୍ବିବ ନବି ଦର, ଯୁଦ୍ଧବୀର ସିଂହ ଚରକ, ସାହିଲ ଲୋଟ୍ରା, ସୁନିଲ କୁମାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/24/ranji-trophy-2026-02-24-12-17-29.jpg)