କର୍ଣ୍ଣାଟକରେ ଓଡିଆ ଯୁବକଙ୍କୁ ହତ୍ୟା, ଇସ୍ରାଏଲ ପର୍ଯ୍ୟଟକଙ୍କ ସହ ଦୁଇ ଯୁବତୀଙ୍କୁ ଗଣଦୁଷ୍କର୍ମ, ପ୍ରତିବାଦ କରିବାରୁ ମାରପିଟ କରି ୩ ପୁରୁଷ ବନ୍ଧୁଙ୍କୁ  ହ୍ରଦକୁ ଠେଲିଦେଲେ

 କର୍ଣ୍ଣାଟକ କାଣ୍ଡକୁ ନେଇ ବିଶ୍ବ ଦରବାରରେ ଲଜ୍ଜିତ ହେଲା ଭାରତ । ଜଣେ ଇସ୍ରାଏଲ ଯୁବତୀଙ୍କୁ ଗଣଦୁଷ୍କର୍ମ ସହ ଆମେରିକାର ଯୁବକଙ୍କୁ ଆକ୍ରମଣ ସମସ୍ତଙ୍କୁ ସ୍ତବ୍ଧ କରିଛି । ୬ ତାରିଖ ରାତିରେ ୨ ଯୁବତୀଙ୍କ ସହ ୩ ପୁରୁଷ ବନ୍ଧୁ ହ୍ରଦ ନିକଟରେ ବୁଲୁଥିବା ବେଳେ ଏଭଳି କାଣ୍ଡ ଘଟିଛି । ୩ ଯୁବକ ବାଇକ୍‌ରେ ଆସି ଗଣଦୁଷ୍କର୍ମ କରିଥିଲେ । ପୁରୁଷ ବନ୍ଧୁଙ୍କୁ ମାଡ଼ ମାରି କେନାଲକୁ ଫିଙ୍ଗି ଦେଇଥିଲେ । ୨ ଜଣ ପହଁରି ପହଁରି ଜୀବନ ବଞ୍ଚାଇଛନ୍ତି । ଆଜି ସକାଳୁ ଓଡ଼ିଆ ପୁଅ ବିଭାସଙ୍କ ମୃତଦେହ ଉଦ୍ଧାର ହୋଇଛି ।  

fsdgsdgdsgsdgfs

କନକ ବ୍ୟୁରୋ : ବନ୍ଧାହେଲେ କର୍ଣ୍ଣାଟକ କାଣ୍ଡର ୨ ଅଭିଯୁକ୍ତ । ଅନ୍ୟ ଜଣେ ଏବେ ବି ଫେରାର । ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ପୋଲିସର ଚଢ଼ାଉ । ମାର୍ଚ୍ଚ ୬ ତାରିଖରେ ହମ୍ପି ସହରର ସନାପୁର ହ୍ରଦ ନିକଟରେ ଘଟିଥିଲା ଜଘନ୍ୟକାଣ୍ଡ । ଇସ୍ରାଏଲ ଯୁବତୀଙ୍କ ସହ ଭଡ଼ାଘର ମାଲିକାଣୀଙ୍କୁ ଗଣଦୁଷ୍କର୍ମ କରିଥିଲେ ୩ ଦୁର୍ବୃତ୍ତ । ପ୍ରତିବାଦ କରିବାରୁ ସାଙ୍ଗରେ ଥିବା ୩ ପୁରୁଷ ବନ୍ଧୁଙ୍କୁ ମାଡ଼ ମାରି କେନାଲକୁ ଫିଙ୍ଗି ଦେଇଥିଲେ । ଯେଉଁଥିରେ ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାଁ ବିଭାସ ନାୟକ। ବିଭାସ କେଉଁ ଜିଲ୍ଲାର ତାହା ସ୍ପଷ୍ଟ ହୋଇନାହିଁ । ଅନ୍ୟ ଦୁଇ ଜଣଙ୍କ ମଧ୍ୟରେ ଜଣେ ଆମେରିକା ବାସିନ୍ଦା। ଅନ୍ୟ ଜଣେ ମହାରାଷ୍ଟ୍ରର ହୋଇଥିବା ସୂଚନା । 

 କର୍ଣ୍ଣାଟକ କାଣ୍ଡକୁ ନେଇ ବିଶ୍ବ ଦରବାରରେ ଲଜ୍ଜିତ ହେଲା ଭାରତ । ଜଣେ ଇସ୍ରାଏଲ ଯୁବତୀଙ୍କୁ ଗଣଦୁଷ୍କର୍ମ ସହ ଆମେରିକାର ଯୁବକଙ୍କୁ ଆକ୍ରମଣ ସମସ୍ତଙ୍କୁ ସ୍ତବ୍ଧ କରିଛି । ୬ ତାରିଖ ରାତିରେ ୨ ଯୁବତୀଙ୍କ ସହ ୩ ପୁରୁଷ ବନ୍ଧୁ ହ୍ରଦ ନିକଟରେ ବୁଲୁଥିବା ବେଳେ ଏଭଳି କାଣ୍ଡ ଘଟିଛି । ୩ ଯୁବକ ବାଇକ୍‌ରେ ଆସି ଗଣଦୁଷ୍କର୍ମ କରିଥିଲେ । ପୁରୁଷ ବନ୍ଧୁଙ୍କୁ ମାଡ଼ ମାରି କେନାଲକୁ ଫିଙ୍ଗି ଦେଇଥିଲେ । ୨ ଜଣ ପହଁରି ପହଁରି ଜୀବନ ବଞ୍ଚାଇଛନ୍ତି । ଆଜି ସକାଳୁ ଓଡ଼ିଆ ପୁଅ ବିଭାସଙ୍କ ମୃତଦେହ ଉଦ୍ଧାର ହୋଇଛି ।  

ପର୍ଯ୍ୟଟନସ୍ଥଳରେ ଦୁଷ୍କର୍ମ ଓ ହତ୍ୟାକାଣ୍ଡକୁ ନେଇ ଉଠିଲା ପ୍ରଶ୍ନ। ବିଦେଶୀ ନାଗରିକଙ୍କୁ କିଏ ଦେବ ସୁରକ୍ଷା? ମୃତ ଓଡ଼ିଆ ପୁଅଙ୍କୁ ମିଳିବ ତ ନ୍ୟାୟ? ଦେଶରେ କେତେ ସୁରକ୍ଷିତ ମହିଳା? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe