କର୍ଣ୍ଣାଟକରେ ଭୟଙ୍କର ବସ୍ ଦୁର୍ଘଟଣା : ଜୀବନ୍ତ ଜଳିଗଲେ ୫ ଯାତ୍ରୀ,ସାମ୍ନାକୁ ଆସିଲା ହୃଦୟ ବିଦାରକ ଫଟୋ

Advertisment

ସାମାନ୍ୟ ଅସାବଧାନତା ଯୋଗୁଁ ଏକ ହସଖୁସିର ପରିବାର ମାତ୍ର କେଇ ସେକେଣ୍ଡରେ ଛାରଖାର ହୋଇଯାଇଛି । ମଙ୍ଗଳବାର ସକାଳେ NH-୪୮ ରେ ଯାତ୍ରା କରୁଥିବା 'ସିବାର୍ଡ କୋଚ୍' ନାମକ ଏକ ଘରୋଇ ସ୍ଲିପର ବସ୍ ମୃତ୍ୟୁର ଯନ୍ତା ପାଲଟିଥିଲା ।

ସାମାନ୍ୟ ଅସାବଧାନତା ଯୋଗୁଁ ଏକ ହସଖୁସିର ପରିବାର ମାତ୍ର କେଇ ସେକେଣ୍ଡରେ ଛାରଖାର ହୋଇଯାଇଛି । ମଙ୍ଗଳବାର ସକାଳେ NH-୪୮ ରେ ଯାତ୍ରା କରୁଥିବା 'ସିବାର୍ଡ କୋଚ୍' ନାମକ ଏକ ଘରୋଇ ସ୍ଲିପର ବସ୍ ମୃତ୍ୟୁର ଯନ୍ତା ପାଲଟିଥିଲା ।

Accident karnataka

Accident karnataka Photograph: (kanak news)

କନକ ବ୍ୟୁରୋ : କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲାରେ ଘଟିଥିବା ଏକ ହୃଦୟବିଦାରକ ବସ୍ ଦୁର୍ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ସାମାନ୍ୟ ଅସାବଧାନତା ଯୋଗୁଁ ଏକ ହସଖୁସିର ପରିବାର ମାତ୍ର କେଇ ସେକେଣ୍ଡରେ ଛାରଖାର ହୋଇଯାଇଛି । ମଙ୍ଗଳବାର ସକାଳେ NH-୪୮ ରେ ଯାତ୍ରା କରୁଥିବା 'ସିବାର୍ଡ କୋଚ୍' ନାମକ ଏକ ଘରୋଇ ସ୍ଲିପର ବସ୍ ମୃତ୍ୟୁର ଯନ୍ତା ପାଲଟିଥିଲା ।

Karnatak
Karnataka Photograph: (Kanak news)

ସୂଚନା ଅନୁସାରେ, ହିରିୟୁର ଅଞ୍ଚଳରେ ଏକ ଦ୍ରୁତଗାମୀ କଣ୍ଟେନର୍ ହଠାତ୍ ନିୟନ୍ତ୍ରଣ ହରାଇ ଡିଭାଇଡର୍ ଡେଇଁ ବିପରୀତ ଦିଗରୁ ଆସୁଥିବା ବସକୁ ସିଧାସଳଖ ଧକ୍କା ଦେଇଥିଲା । ଧକ୍କାଟି ଏତେ ଜୋରଦାର ଥିଲା ଯେ ବସର ଡିଜେଲ ଟାଙ୍କି ଫାଟି ଯାଇଥିଲା ଏବଂ ପଲକ ପକାଇବା ପୂର୍ବରୁ ପୂରା ବସଟି ଏକ ଅଗ୍ନିପିଣ୍ଡୁଳାରେ ପରିଣତ ହୋଇଥିଲା । ଏହି ଭୟଙ୍କର ଅଗ୍ନିକାଣ୍ଡରେ ୫ ଜଣ ଯାତ୍ରୀ ଜୀବନ୍ତ ଜଳିଯାଇ ପ୍ରାଣ ହରାଇଛନ୍ତି । ସେମାନଙ୍କୁ ବାହାରକୁ ବାହାରିବା ପାଇଁ ସାମାନ୍ୟତମ ସୁଯୋଗ ମଧ୍ୟ ମିଳିନଥିଲା । ଏହି ଦୁର୍ଘଟଣାରେ ଲରି ଚାଳକଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ଯାତ୍ରୀ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Accident
Accident Photograph: (kanak news)

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ଯାତ୍ରୀ କୋହଭରା କଣ୍ଠରେ କହିଛନ୍ତି, "ନିଆଁ ଏତେ ଶୀଘ୍ର ବ୍ୟାପିଗଲା ଯେ ଆମେ କିଛି ବୁଝିପାରିଲୁ ନାହିଁ । ଚାରିଆଡ଼େ ଚିତ୍କାର ଶୁଭୁଥିଲା, ଲୋକେ ସାହାଯ୍ୟ ପାଇଁ ପାଟି କରୁଥିଲେ, କିନ୍ତୁ ନିଆଁର ପ୍ରକୋପ ଯୋଗୁଁ ଆମେ ଚାହି ମଧ୍ୟ ଅନେକଙ୍କୁ ବାହାର କରିପାରିଲୁ ନାହିଁ ।"

Accident
Accident Photograph: (kanak news)

ଅନ୍ୟ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ଲରିଟି ଧକ୍କା ଦେବା ମାତ୍ରେ ଏକ ପ୍ରଚଣ୍ଡ ଶବ୍ଦ ହୋଇଥିଲା, ଯେମିତି କୌଣସି ବୋମା ବିସ୍ଫୋରଣ ହୋଇଛି । ବର୍ତ୍ତମାନ ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏହି ଛାତିଥରା ଘଟଣା ସାରା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe