୧୦ କି ୨୦ ପ୍ରତିଶତ ନୁହେଁ ସିଧାସଳଖ ଦୁଇଗୁଣା ବଢିଲା ବିଧାୟକଙ୍କ ଦରମା, ପଢନ୍ତୁ କେଉଁ ରାଜ୍ୟର ସରକାର ନେଲେ ଏଭଳି ନିଷ୍ପତ୍ତି

କର୍ଣ୍ଣାଟକ ବିଧାନସଭାରେ ଗୃହମନ୍ତ୍ରୀ ଜି,ପରମେଶ୍ୱର ବଢୁଥିବା ବଜାର ଦରକୁ ନଜର କରି ବିଧାୟକମାନଙ୍କ ଦରମା ବୃଦ୍ଧି କରିବାକୁ ବିଧାନସଭାରେ ଏକ ପ୍ରସ୍ତାବ ଆଣିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ବିଚାର ବିମର୍ଷ କରି ବିଧାୟକମାନଙ୍କ ଦରମା ଦୁଇଗୁଣା କରିଛନ୍ତି । ମହଙ୍ଗାମାଡ ନେଇ ବିଧାନସଭାରେ ଦରମା ବଢାଇବାକୁ ଦାବି କରୁଥିବା କର୍ଣ୍ଣାଟକର ବିଧାୟକମାନଙ୍କ ସମ୍ପତ୍ତି ଉପରେ ଏକ ରିପୋର୍ଟ ଏଡିଆର୍ ଦେଇଛି ।

DFGHDFFDGFDG

DFGDFGDFGDFG Photograph: (DFGDFGFDGDF)

କନକ ବ୍ୟୁରୋ : ଜନତାଙ୍କ ସ୍ୱାର୍ଥ ବେଳେ ଶାସକ ବିରୋଧୀ ପରସ୍ପର ଲଢେଇ କରୁଥିବା ଦେଖିବାକୁ ମିଳିଥାଏ । ହେଲେ ନିଜ ସ୍ୱାର୍ଥବେଳେ ସେମାନେ କିଭଳି ଏକାଠି ହୁଅନ୍ତି ତାହା କର୍ଣ୍ଣାଟକ ବିଧାନସଭାରେ ଦେଖିବାକୁ ମିଳିଛି । ଲାଗୁ କରାଯାଇଥିବା ଯୋଜନା ପାଇଁ ଟଙ୍କା ନାହିଁ, ଅର୍ଥ ଅଭାବରୁ ଯୋଜନାର ରୂପରେଖ ଅଧପନ୍ତରିଆ ପଡିରହିଛି । ହେଲେ ବାଚସ୍ପତି,ମନ୍ତ୍ରୀ ଓ ବିଧାୟକଙ୍କ ଦରମା ବୃଦ୍ଧି ବେଳେ ଏକାଠି ହୋଇ ୧୦ କି ୨୦ ପ୍ରତିଶତ ନୁହେଁ ସିଧାସଳଖ ଡବଲ କରାଯାଉଛି । 

କର୍ଣ୍ଣାଟକ ବିଧାନସଭାରେ ଗୃହମନ୍ତ୍ରୀ ଜି,ପରମେଶ୍ୱର ବଢୁଥିବା ବଜାର ଦରକୁ ନଜର କରି ବିଧାୟକମାନଙ୍କ ଦରମା ବୃଦ୍ଧି କରିବାକୁ ବିଧାନସଭାରେ ଏକ ପ୍ରସ୍ତାବ ଆଣିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ବିଚାର ବିମର୍ଷ କରି ବିଧାୟକମାନଙ୍କ ଦରମା ଦୁଇଗୁଣା କରିଛନ୍ତି । ମହଙ୍ଗାମାଡ ନେଇ ବିଧାନସଭାରେ ଦରମା ବଢାଇବାକୁ ଦାବି କରୁଥିବା କର୍ଣ୍ଣାଟକର ବିଧାୟକମାନଙ୍କ ସମ୍ପତ୍ତି ଉପରେ ଏକ ରିପୋର୍ଟ ଏଡିଆର୍ ଦେଇଛି । ଏହି ରିପୋର୍ଟ ମୁତାବକ କର୍ଣ୍ଣାଟକର ୧୦୦ ଜଣ ବିଧାୟକ ଏଭଳି ଅଛନ୍ତି ଯେଉଁମାନଙ୍କର ବ୍ୟକ୍ତିଗତ ସମ୍ପତ୍ତି ୧୦୦ କୋଟିରୁ ଅଧିକ ରହିଛି । ଅର୍ଥାତ ୧୦୦ ଜଣ ବିଧାୟକଙ୍କ ମଧ୍ୟରେ ପ୍ରତି ବିଧାୟକଙ୍କ ପାଖରେ ୧୦୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ରହିଛି । ଏହାସହ ଦେଶର ସର୍ବାଧିକ ଧନୀ ବିଧାୟକଙ୍କ ମଧ୍ୟରୁ ୪ ଜଣ ବିଧାୟକ କର୍ଣ୍ଣାଟକ ବିଧାନସଭାରେ ରହିଛନ୍ତି । ସେହିଭଳି କର୍ଣ୍ଣାଟକର ଉପ ମୁଖ୍ୟମନ୍ତ୍ରୀ ଶିବକୁମାରଙ୍କ ମୋଟ ସମ୍ପତ୍ତି ୧୪୧୩ କୋଟି ସହ ସେ ଦେଶର ଦ୍ୱିତୀୟ ସର୍ବଶ୍ରେଷ୍ଠ ଧନୀ ବିଧାୟକ । 

ଏବେ ଆସନ୍ତୁ ଜାଣିବା କର୍ଣ୍ଣାଟକର ମନ୍ତ୍ରୀ, ବାଚସ୍ପତି ଓ ବିଧାୟକଙ୍କ ଦରମା କେତେ ଥିଲା ଓ ଏବେ କେତେ ହେଲା ।  ଏହି ବିଧେୟକ ପାରିତ ହେବା ପରେ କର୍ଣ୍ଣାଟକ ଏମଏଲସିଙ୍କ ଦରମା ୪୦ ହଜାରରୁ ବଢି ୮୦ ହଜାରରେ ପହଂଚିବ । ମନ୍ତ୍ରୀମାନଙ୍କର ଦରମା ୬୦ ହଜାରରୁ ବୃଦ୍ଧିପାଇ ୧ ଲକ୍ଷ ୨୫ ହଜାର ହେବ । ମୁଖ୍ୟମନ୍ତ୍ରୀଙ୍କ ଦରମା ୭୫ ହଜାରରୁ ବୃଦ୍ଧି ପାଇ ୧.୫ ଲକ୍ଷ ହେବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe